ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ନିକଟରେ ଏକ ନୂତନ ଘୋଷଣା କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଆତଙ୍କିତ ମଧ୍ୟ କରିଛି। ଶନିବାର ସକାଳେ ଏଲନ୍ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ ମାଧ୍ୟମରେ ହିଣ୍ଡେନବର୍ଗ ସୂଚାଇ ଦେଇଛି ଯେ ଖୁବ୍ ଶୀଘ୍ର ଭାରତରେ କିଛି ବଡ଼ ଘଟଣା ଘଟିବ। ନାଥନ ଆଣ୍ଡରସନଙ୍କ ଦ୍ବାରା ପରିଚାଳିତ ହିଣ୍ଡେନବର୍ଗର ଏଭଳି ପୋଷ୍ଟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦିଓ ହିଣ୍ଡେନବର୍ଗ ଏହି ଘୋଷଣାରେ କୌଣସି ବିସ୍ତୃତ ସୂଚନା ଦେଇନାହିଁ। ଅନୁମାନ କରାଯାଉଛି ଯେ ହିଣ୍ଡେନବର୍ଗ ପୁଣି ଥରେ ଏକ ଭାରତୀୟ କମ୍ପାନୀ ବିଷୟରେ ଏକ ବଡ଼ ଖୁଲାସା କରିବାକୁ ଯାଉଛି। ଜାନୁୟାରୀ ୨୦୨୩ରେ, ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା। ଏହି ରିପୋର୍ଟ ବଜାରରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଆଦାନୀ ଗ୍ରୁପ୍ର ସେୟାରରେ ବହୁତ ହ୍ରାସ ଘଟିଥିଲା। ଫଳସ୍ୱରୂପ, ଗୌତମ ଆଦାନୀଙ୍କ ସମ୍ପତ୍ତିରେ ହ୍ରାସ ମଧ୍ୟ ଘଟିଥିଲା ଏବଂ ସେ ବିଶ୍ବର ୨ ନମ୍ବର ବିଲିୟନେୟାର ତାଲିକାରୁ ୩୬ ନମ୍ବରକୁ ଚାଲିଯାଇଥିଲେ। ଆଦାନୀ ଗ୍ରୁପ୍ର ମୂଲ୍ୟରେ ୮୬ ବିଲିୟନ ଡ଼ଲାର ହ୍ରାସ ଘଟିଥିଲା ଏବଂ ସେୟାର ମୂଲ୍ୟରେ ବିରାଟ ହ୍ରାସ ଗ୍ରୁପ୍ର ବିଦେଶୀ ତାଲିକାଭୁକ୍ତ ବଣ୍ଡ ବିକ୍ରିକୁ ମଧ୍ୟ ପ୍ରଭାବିତ କରିଥିଲା। ହିଣ୍ଡେନବର୍ଗର ରିପୋର୍ଟ ପରେ ଭାରତର ପୁଞ୍ଜି ବଜାର ନିୟାମକ ସେବି କମ୍ପାନିକୁ ଭାରତୀୟ ନିୟମ ଉଲ୍ଲଂଘନ ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଆମେରିକା କୋର୍ଟରୁ ଅଜିତ ଡୋଭାଲ ଙ୍କ ନାଁରେ ସମନ…..
କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ….