ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳ ଯୁବ ନେତା ମାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି | ଦଳର ପୁରୁଖା ନେତାମାନଙ୍କୁ ଗୁରୁତ୍ୱ ଦିଆଯାଉନଥିବା ନେଇ ପରୋକ୍ଷରେ କ୍ଷୁବ୍ଧ ଦେଖା ଦେଉଛି | ଏହାକୁ ନେଇ ବିଜେଡିର କିଛ ନେତା ନୀରବ ରହିଥିବାବେଳେ କେତେକ ନେତା ମୁହଁ ଖୋଲିଛନ୍ତି । ଦୁଇ ବରିଷ୍ଠ ନେତା ଖବରକାଗଜ ସମ୍ପାଦକ ନିଜର ଲେଖା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟ ଜଣେ ହେଉଛନ୍ତି ଭର୍ତୃହରି ମହତାବ । ୨ ନେତା ଅନେକ ଦିନ ଧରି ବିଜେଡ଼ି ସୁପ୍ରିମୋ ଏବଂ ଦଳ ଓ ସରକାରର ଦୋଷତ୍ରୁଟି ପଦାକୁ ଆଣୁଛନ୍ତି । ଗୋଟିଏ ପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ କରାଯାଉନଥିବାବେଳେ ଅପରପକ୍ଷରେ ସଂସଦରେ ମହତାବଙ୍କୁ ଗୌଣ କରି ଦିଆଯାଇଛି । ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ନେତା ନିଜ ଦଳର ନେତାଙ୍କୁ ଟାର୍ଗେଟ କରି ଶାଣିତ କରିଛନ୍ତି । ଏହି ଉତ୍ସବରେ ସୌମ୍ୟରଂଜନ ପଟ୍ଟନାୟକ କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଶାନା କରିଛନ୍ତି | କହିଛନ୍ତି ଯେ, ବର୍ତ୍ତମାନ ସାଶକଙ୍କର ଦୁଇଟି ନୟନ | ପ୍ରଥମଟି ହେଉଛନ୍ତି ପ୍ରସାଶକ ଓ ଅନ୍ୟଟି ହେଉଛନ୍ତି ଦଳୀୟ ନେତୃଭୁନ୍ଦଙ୍କ ପ୍ରତିନିଧି ଭାବେ ବର୍ତ୍ତମାନ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ନୟନ ହୋଇଥିବା ବେଳେ ବରିଷ୍ଠ ପ୍ରଶାସକମାନେ ତାଙ୍କର ଅନ୍ୟ ନୟନ ଭଳି କାର୍ଯ୍ୟ କରୁଛନ୍ତି | ସେହିଭଳି ଆମ ମୁଖ୍ୟମନ୍ତ୍ରୀ ଙ୍କର ଗୋଟିଏ ନୟନଭାବେ ପ୍ରଶାସକଙ୍କ ପକ୍ଷରୁ ୫ଟି ସଚିବ ଶ୍ରୀ ଯୁକ୍ତ ପାଣ୍ଡିଆନ କାର୍ଯ୍ୟ କରୁଥିବା ବେଳେ ବିଜେଡିର ସଂଗଠନ ସମ୍ପାଦକ ବବି ଦାସ ଦଳୀୟ ନେତୃବୃନ୍ଦଙ୍କ ପ୍ରତିନିଧି ଭାବେ ଦ୍ଵିତୀୟ ନୟନର କାର୍ଯ୍ୟ କରୁଛନ୍ତି | ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ଭଲମନ୍ଦ ବୁଝୁଛନ୍ତି | ବବି ବାବୁ ଦଳ ଭିତରେ କ’ଣ ଚାଲିଛି ସେ ସୂଚନା ଦେବାକୁ ଅଛନ୍ତି । ଅନ୍ୟ ଜଣେ ବ୍ୟବସ୍ଥାପିକା ସମ୍ପର୍କରେ କହିବାକୁ ଅଛନ୍ତି । ଏମାନେ ଯଦି କାଉକୁ ଧଳା କହିବେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରିନେବେ । ଯଦି ଦେଖିବା ପୁରୁଣା କାଳର ରାଜା ମହାରାଜାମାନଙ୍କ ଭଳି ବର୍ତ୍ତମାନର ଶାସକମାନଙ୍କର ବି ତୃତୀୟ ନୟନର ଆବଶ୍ୟକତା ରହିଛି | ରାଜା ମହାରାଜାମେନେ ନିଜ ରାଜ୍ୟର ସ୍ଥିତି ଜାଣିବା ପାଇଁ ଛଦ୍ମଵେଶରେ ଅନ୍ଧାରୀ ବିଜେ କରୁଥିଲେ | ତେଣୁ ବର୍ତ୍ତମାନ ସମୟରେ ଚତୁର ଶାସକଙ୍କୁ ତୃତିୟ ନୟନର ଆବଶ୍ୟକ ରହିଛି | ଗଣମାଧ୍ୟମକୁ ଶାସକମାନଙ୍କ ତୃତୀୟ ନୟନ ଭଳି କାର୍ଯ୍ୟ କରିବା କୁ ପଡିବ ବୋଲି ସୌମ୍ୟର କହିଛନ୍ତି | ସେହିପରି ସାଂସଦ ଭର୍ତୃହରି ମହତାବ କହିଥିଲେଯେ, ଭିନ୍ନମତକୁ ସମ୍ମାନ ଦେବା ଜରୁରୀ । ଗଠନମୂଳକ ସମାଲୋଚନାକୁ ସ୍ୱୀକାର କରାଯିବା ଉଚିତ । ଯଦି ଚାପ ପକାଇ ଆମକୁ ଚୁପ କରିଦିଆଯାଏ ସେଠାରେ ଆମେ ମୁହଁ ବନ୍ଦ କରିବା ସତ, କିନ୍ତୁ ମୁଣ୍ଡକୁ ବନ୍ଦ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ଏବେ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି | ସୂଚନା ଅନୁସାରେ- କିଛିଦିନ ପୂର୍ବେ ସୌମ୍ୟରଂଜନ ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ସରକାରକଙ୍କୁ ଟାର୍ଗେଟ କରିଥିଲେ | ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଥିବା ନେଇ ସୌମ୍ୟ ସ୍ୱର ଉଠାଇଥିଲେ |
Discussion about this post