ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ କଂଗ୍ରେସର ଅନ୍ତଃକନ୍ଦଳ ଥମିବାର ନାଁ ଧରୁନାହିଁ। ଗୋଟିଏ ପଟେ ସିଦ୍ଧୁଙ୍କ ଇସ୍ତଫା ପରଠୁ ପାର୍ଟି ହାଇକମାଣ୍ଡ ମାମଲାର ସମାଧାନ ପାଇଁ ମାନସ ମନ୍ଥନ ଚଳାଇଥିବା ବେଳେ ଅନ୍ୟପଟେ ଦଳରେ ବରିଷ୍ଠ ନେତାଙ୍କ ଅସନ୍ତୁଷ୍ଟ ମଧ୍ୟ ବଢିବାରେ ଲାଗିଛି। ଏହା ମଧ୍ୟରେ ଜି-୨୩ର ନେତାଗଣ ପୁଣି ଥରେ ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। କପିଲ୍ ସିବଲ୍ଙ୍କ ପରେ ଗୁଲାମ ନବି ଆଜାଦ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ଡକାଇବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ସିବଲ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଥିଲେ, ଜଣା ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ହେଉଛି। ପାର୍ଟି ପାଖରେ ଏ ପର୍ଯ୍ୟନ୍ତ ନିୟମିତ ଅଧ୍ୟକ୍ଷ ବି ନାହାନ୍ତି। ଗୁଲାମ ନବି ଆଜାଦ ସେହି ୨୩ ନେତାଙ୍କ ଗୋଷ୍ଠୀ ମଧ୍ୟରୁ ଜଣେ ଯିଏ ସୋନିଆ ଗାନ୍ଧୀଙ୍କ ନିକଟକୁ ଗତ ବର୍ଷ ଅଗଷ୍ଟରେ କଡା ଶବ୍ଦରେ ଚିଠି ଲେଖିଥିଲେ। ପତ୍ରରେ ସେ ଦଳରେ ଶୀଘ୍ର ସାଙ୍ଗଠନିକ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଏବେ ପୁଣି ଥରେ ସେ ଆଜାଦ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀଘ୍ର ସିଡବ୍ଲ୍ୟୁସି ବୈଠକ ଡକାଇବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ସିବଲ୍ କହିଥିଲେ ଯେ, ଅପେକ୍ଷାର ଗୋଟିଏ ସୀମା ଥାଏ। ଆମେ ଆଉ କେତେ ଦିନ ଅପେକ୍ଷା କରିବୁ। ଆମେ କେବଳ ଏକ ମଜବୁତ ସାଙ୍ଗଠନିକ ଢାଞ୍ଚା ଚାହୁଁଛୁ। ଏହା ଉପରେ ତ ଆଲୋଚନା ହେବା ଉଚିତ୍। ସିଡବ୍ଲ୍ୟୁସି ବୈଠକରେ କୌଣସି ପ୍ରସଙ୍ଗରେ ତ ଆଲୋଚନା ହେବା ଉଚିତ୍। ଆମେ କାହା ବିରୋଧରେ କିଛି କହୁନାହୁଁ। ଆମେ ପାର୍ଟି ସହିତ ଅଛୁ। ମାତ୍ର ବାସ୍ତବ ଏହା ଯେ, ଆମେ ପାର୍ଟିରେ କୌଣସି ନିର୍ବାଚିତ ସଭାପତି ନାହାନ୍ତି। ରାଜ୍ୟ କଂଗ୍ରେସ କମିଟିକୁକ ଦିଲ୍ଲୀରୁ କଣ୍ଟ୍ରୋଲ କରାଯିବା ଉଚିତ୍ ନୁହେଁ ବୋଲି ସିବଲ କହିଛନ୍ତି। ସିବଲ କହିଥିଲେ ଯେ, ଆମେ ‘ଜି ହଜୁର ୨୩’ ନୁହେଁ। ଏହା ସ୍ପଷ୍ଟ ଯେ, ଆମେ ଆଲୋଚନା କରି ଚାଲିବୁ ଏବଂ ନିଜ ଦାବି ଦୋହରାଇ ଚାଲିବୁ। ସୀମାବର୍ତ୍ତୀ ପଞ୍ଜାବ ପରି ରାଜ୍ୟରେ କଂଗ୍ରେସ ପାର୍ଟି ସହିତ ଏପରି ଘଟଣା ଶୋଭା ପାଉ ନାହିଁ। ଏଥିରେ ଆଇଏସଆଇ ଓ ପାକିସ୍ତାନକୁ ଫାଇଦା ମିଳିବ। କଂଗ୍ରେସକୁ ଏହା ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି ଯେ, ଦଳ କେମିତି ଏକଜୁଟ ରହିବ। ଯଦି କାହାର କିଛି ସମସ୍ୟା ଥାଏ ତେବେ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରନ୍ତୁ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….