ରିପୋର୍ଟ କାର୍ଡ / ଝାରସୁଗୁଡା
ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲା ପୋଲିସ ଏସପି ଓ ଏସଡିପିଓଙ୍କୁ ବଦଳି କରିଛନ୍ତି । ତେବେ ପରିବାର ସଦସ୍ୟ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ହେଉଥିବାବେଳେ ପୋଲିସ ବଦଳିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଝାରସୁଗୁଡ଼ା ଏସପି ଆଇପିଏସ୍ ରାହୁଲ ଜୈନଙ୍କୁ ପୋଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଥିବାବେଳେ ବରଗଡ଼ ଜିଲ୍ଲା ଏସପି ଆଇପିଏସ୍ ପରମାର ସ୍ମିତ ପୁୁରୁଷୋତ୍ତମଙ୍କୁ ଝାରସୁଗୁଡ଼ା ଏସପି , ବୌଦ୍ଧ ଏସପି ଆଇପିଏସ୍ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ଆଇପିଏସ୍ ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି । ଏହା ପୂର୍ବରୁ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୪୮ଘଣ୍ଟା ପରେ ଜିଲ୍ଲା ପୋଲିସ ଏସପି ଓ ଏସଡିପିଓଙ୍କୁ ବଦଳି କରାଯାଇଛି | ଚାପରେ ପଡ଼ି ସରକାର ମଙ୍ଗଳବାର ତରବରିଆ ଭାବେ ଜିଲ୍ଲା ଏସପି ଓ ସ୍ଥାନୀୟ ଏସଡିପିଓଙ୍କୁ ବଦଳି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..