ରିପୋର୍ଟ କାର୍ଡ / କଟକ
କଟକ ବାରବାଟୀ ଷ୍ଟାଡ଼ିୟମସ୍ଥ ଗେଷ୍ଟ ହାଉସରେ ହକି ଓଡ଼ିଶାର ସ୍ବତନ୍ତ୍ର ସାଧାରଣ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ହକି ଓଡ଼ିଶା ସଭାପତି ତଥା ନ୍ୟାୟମୂର୍ତ୍ତୀ ଏ.ଏସ୍ ନାଇଡୁ ପୌରହିତ୍ୟ କରିଥିଲେ। ସମ୍ପାଦକ ପ୍ରତାପ ଶତପଥୀ ଅଡିଟ୍ ରିପୋର୍ଟ ଉପସ୍ଥାପନ କରିଥିଲେ। ଯାହାକି ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା। ନୂତନ ୬ଟି ଜିଲା ହକି ଆସୋସିଏସନ ଯଥା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ାକୁ ଅନୁବନ୍ଧିତ କରାଯାଇଛି। ଏହି ଅବସରରେ ହକି ଓଡ଼ିଶା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲଡଟ୍ ହକି ଓଡ଼ିଶା ଡଟ୍ ଇନ୍କୁ ନ୍ୟାୟମୂର୍ତ୍ତୀ ଏ.ଏସ୍ ନାଇଡୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉମାକାନ୍ତ ନନ୍ଦ, ଶ୍ରୀମନ୍ତ ସାହୁ, ଆନନ୍ଦିନୀ ଦର୍ଜୀ, ତ୍ରୀଷ୍ଣା ଗୌସ୍ବାମୀ, ଯୁଗ୍ମ ସମ୍ପାଦକ ପ୍ରଣବ କିଶୋର ପଟ୍ଟନାୟକ, ମମତା ସ୍ବାଇଁ, ସାଇ ପଦ୍ମଜିତା ମହାପାତ୍ର, ପ୍ରବୀର କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….