Report Card Odisha

| Daily Odia News

୧୫ରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ ହାଇବ୍ରିଡ୍ ଫିଜିକାଲ ଶୁଣାଣି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୧୫ରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ ହାଇବ୍ରିଡ୍ ଫିଜିକାଲ ଶୁଣାଣି । ମଙ୍ଗଳବାର, ବୁଧବାର ଏବଂ ଗୁରୁବାରକୁ ନିୟମିତ ମାମଲାର ଶେଷ ଶୁଣାଣି ହାଇବ୍ରିଡ୍ ମ୍ୟାନର୍‌ରେ ହେବ ଅର୍ଥାତ ବ୍ୟକ୍ତିଗତ ଉପସ୍ଥିତି ଏବଂ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହିଁ ଶୁଣାଣି ହେବ। କରୋନା କଟକଣା ଯୋଗୁଁ ଗତ ଏକ ବର୍ଷରୁ ସୁପ୍ରିମକୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂରେ ଶୁଣାଣି ଜାରି ରହିଛି। ଦେଶର ଅନେକ ବାର ଆସୋସିଏସନ୍‌ମାନଙ୍କ ଦ୍ୱାରା ଫିଜିକାଲ ଶୁଣାଣି ପାଇଁ ଅନୁରୋଧ କରାଯିବା ପରେ ତଥା ଏହି ପ୍ରସଙ୍ଗରେ ବ୍ୟାପକ ବିଚାରବିମର୍ଶ କରାଯାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ହାଇବ୍ରିଡ୍ ଶୁଣାଣି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ହାଇବ୍ରିଡ୍ ଶୁଣାଣି ଆରମ୍ଭ ହେଉଥିବାରୁ ଓଡ଼ିଶାର ୪ଟି ପ୍ରମୁଖ ମାମଲା ପୋଲାଭରମ୍ ପ୍ରକଳ୍ପ, ବଂଶଧାରା ଜଳବିବାଦ, ଶ୍ରୀମନ୍ଦିର ସଂସ୍କାର ଓ କୋଟିଆ ମାମଲାର ଶୁଣାଣି ହେବାର ସମ୍ଭାବନା ବଢ଼ିଯାଇଛି । ପ୍ରଥମ ତିନୋଟି ମାମଲାର ଶୁଣାଣି କରୋନା କଟକଣା ଯୋଗୁଁ ଭିଡିଓ କନ୍‌ଫରେନ୍‌ସିଂରେ ସମ୍ଭବପର ହୋଇ ପାରିନଥିବାରୁ ହାଇବ୍ରିଡ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରାଯାଇପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀର୍ଘ ଦିନରୁ ବିଚାରଧୀନ ଥିବା ବିବାଦୀୟ ପୋଲାଭରମ୍ ପ୍ରକଳ୍ପ ମାମଲାର ତ୍ବରିତ ଶୁଣାଣି ପାଇଁ ମାମଲାରେ ପକ୍ଷଭୁକ୍ତ ଥିବା ରେଲା ସଂଗଠନ ଦ୍ୱାରା ସୁପ୍ରିମକୋର୍ଟର ରେଜିଷ୍ଟ୍ରାରଙ୍କ ନିକଟକୁ ପତ୍ର ଲେଖାଯାଇଛି। ଅପରପକ୍ଷେ ବିଚାରଧୀନ ଥିବା ଅନ୍ୟ ମାମଲାର ତ୍ୱରିତ ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ଓକିଲଙ୍କ ଦ୍ୱାରା ଆବେଦନ କରାଯିବ। କୋଟିଆ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଶୁଣାଣି ପାଇଁ ରାଜ୍ୟ ସରକାରଙ୍କ ଓକିଲ ଦ୍ୱାରା ଆବେଦନ କରାଯିବ। କୋଟିଆ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଶୁଣାଣି ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ବେଳେ ଆରମ୍ଭ ହେବାକୁ ଥିବା ହାଇବ୍ରିଡ ଶୁଣାଣିରେ ଏହାକୁ ସାମିଲ ପାଇଁ ରାଜ୍ୟ ସରକାରଙ୍କ ଓକିଲଙ୍କ ଦ୍ୱାରା ପ୍ରୟାସ କରାଯିବ। ଏଭଳି ସମ୍ଭାବନାକୁ ଏଡାଇ ଦିଆଯାଇ ପାରେ ନାହିଁ ବୋଲି ଅନୁମାନ କରାଯାଉଛି।

Breaking News