ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣ ରୋକିବା ପାଇଁ ଦେଶରେ ଟୀକା କାରଣ ଜାରି ରହିଛି | ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସାରିଥିବା ବେଳେ, ଟିକା ଅଭାବ ଦେଖା ଦେଇଛି । ଭାରତରେ କରୋନା ଟୀକାକରଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବାକୁ ଯାଉଛି । ଦେଶର ବୃହତ୍ତମ ଟିକା ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପେନେସିଆ ବାୟୋଟେକ୍ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହିତ ଏକ ଚୁକ୍ତି କରିଛି । ଏବେ ପେନେସିଆ ବାୟୋଟକ୍ ପ୍ରତିବର୍ଷ ୧୦ କୋଟି ଟିକା ଉତ୍ପାଦନ କରିବ । କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାର ଫାଷ୍ଟ ଫେଜ୍ ପ୍ରଡକ୍ସନ ବହାରି ଋଷରେ ପହଞ୍ଚିସାରିଛି । ସେଠାରେ ଏହାର ଗୁଣବତ୍ତା ଯାଞ୍ଚ କରାଯିବ । ଆରଡିଏଫ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ପେନେସିଆ ବାୟୋଟେକ୍, ଟିକା ଉତ୍ପାଦନରେ ସମସ୍ତ ଆନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରୁଛି । ଭାରତରେ, ଋଷ ଟିକାକୁ ଗତ ଏପ୍ରିଲ ୧୨ରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ମେ ୧ ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟୀକାକରଣ ବେଳେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ସହିତ ଭାରତରେ ତୃତୀୟ ଟିକା ମଧ୍ୟ ପ୍ରଚଳନ କରାଯାଇଥିଲା । କିନ୍ତୁ ସ୍ପୁଟନିକ୍ ଦ୍ୱାରା ଟିକାକରଣ ୧୪ ମେ’ରୁ ଆରମ୍ଭ ହୋଇ ପାରିଥିଲା ।ଆରଡିଆଇଏଫ୍ ସିଇଓ କିରିଲ୍ ଦମିତ୍ରିଭ୍ କହିଛନ୍ତି, ପେନେସିଆ ବାୟୋଟେକ୍ ସହିତ ଭାରତରେ ଟିକା ଉତ୍ପାଦନ, କରୋନା ବିରୋଧ ଲଢ଼େଇରେ ଏକ ବଡ଼ ପଦକ୍ଷେପ । ସ୍ପୁଟନିକ୍ ଟିକା ଉତ୍ପାଦନ ଦ୍ୱାରା ଭାରତ କରୋନାର ଏହି କରାଳ ରୂପ ସହ ଲଢ଼େଇ କରିବାରେ ଅଧିକ ବଳ ପାଇବ । ଏହା ବ୍ୟତୀତ ଟିକା ରପ୍ତାନି କରି ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ କରୋନା ବିରୋଧ ଲଢ଼େଇରେ ସାହାଯ୍ୟ କରାଯାଇ ପାରିବ ।
More Stories
ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ….
ବିବାହ,ନିର୍ବାଚନରେ ବାଣ ଫୁଟାଇବା ଉପରେ ଲାଗିବ କଟକଣା…..
ବିଧାନସଭାରେ ଧାରା ୩୭୦ ପାଇଁ ହେଲା ହଙ୍ଗାମା…..