Report Card Odisha

| Daily Odia News

ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ମାମଲାକୁ ଇଡି ଜୋରଦାର ତନାଘନା କରୁଛି | ଆଜି ସକାଳୁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ତେଣୁ ଇଡି ତାଙ୍କୁ ଜେରା କରିବା ନେଇ ଜଣାପଡୁଛି | ଏଥିସହ ଆଜି ପୁଣି ଥରେ ଇଡି କାର୍ଯ୍ୟାଳୟରେ ଅକ୍ଷୟ ପରିଜା ହାଜର ହେବେ ବୋଲି ଜଣାପଡୁଛି | ତାହେଲେ ଉଭୟ ଙ୍କୁ ମୁହାଁମୁହିଁ ଜେରା ହୋଇପାରେ ବୋଲି ବି ଶୁଣିବାକୁ ମିଳୁଛି। ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ କରିଥିବା ଅଭିଯୋଗରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ । ଉଭୟ ତାଙ୍କୁ ଟଙ୍କା ମାଗିବା ସହ ବ୍ଲାକମେଲ୍‌ କରୁଥିବା ସେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଶ୍ରଦ୍ଧାଞ୍ଜଳି ନିଜେ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ କରିଅର୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁ ଓ ତାଙ୍କ ବିଜନେସ ପାର୍ଟନର ଖଗେଶ୍ୱର ପତ୍ର ଙ୍କ ନାମରେ ଅଭିଯୋଗ କରିଥିଲେ।

Breaking News