Report Card Odisha

| Daily Odia News

ରାଜ୍ୟରେ କରୋନା କଟକଣା କଡାକଡି,ସ୍କୁଲ କଲେଜ୍‌ ବନ୍ଦ, ବିବାହରେ ୧୦୦ଙ୍କୁ ଅନୁମତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା କଟକଣା ହେଲା କଡାକଡି | ଏନେଇ ଭିଡିଓ ବାର୍ତ୍ତାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଜାନୁଆରୀ ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ହେବ | ଏହା ସହିତ ରାଜ୍ୟରେ ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ କରି ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ । ଚାଲୁ ରହିବ ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷା । ଏସ୍‌ଆର୍‌ସି ଜାରି କରିଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ରାଜ୍ୟରେ ହାଟ, ଦୋକାନ ବଜାର​‌ରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍‌ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି ।  ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତିଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି | ପର୍ଯ୍ୟଟନ ସ୍ଥାନରେ ପିକନିକ ସଂପୂର୍ଣ୍ଣ ବାରଣ କରାଯାଇଛି | କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି | ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ | ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ | ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ | ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ | ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ |  ନନ୍ଦନକାନନ ଆ ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି| ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ | ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି  | ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।  କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ ଅନୁମତି ରହିଛି ।

Breaking News