ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦେବାର କୌଣସି ଯୋଜନା ନାହିଁ | ଏନେଇ ତାଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। କିଛିଦିନ ହେବ ସାମାଜିକ ଗଣମାଧ୍ୟମଗୁଡିକରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଲାଗି ରହିଥିଲା। ଚର୍ଚ୍ଚା ହେଉଥିଲା ଯେ ମହିନ୍ଦା ରାଜପକ୍ଷ ଇସ୍ତଫା ଦେବେ ଏବଂ ଅର୍ଥମନ୍ତ୍ରୀ ଥିବା ତାଙ୍କ ଭାଇ ବାସିଲ ରାଜପକ୍ଷ ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହେବେ। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଏଭଳି ଦାବି କରାଯାଉଛି ବୋଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ଏଥିରେ କୁହାଯାଇଛି ଯେ ମହିନ୍ଦା ରାଜପକ୍ଷ ଇସ୍ତଫା ଦେବା ନେଇ କୌଣସି ସୂଚନା ନାହିଁ। ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ସଚିବ ରୋହନ ୱେଲିଭିତା କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମ ଗୁଡିକରେ ପ୍ରକାଶ ପାଉଥିବା କାହାଣୀଗୁଡିକରେ କୌଣସି ସତ୍ୟତା ନାହିଁ ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଖବର ମଧ୍ୟ ମିଥ୍ୟ ଅଟେ।






More Stories
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……