ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀ ହୀନ ହୋଇ ଯାଇଛି ସୁନାର ଲଙ୍କାପୁରୀ | ବର୍ତ୍ତମାନ ଶ୍ରୀଲଙ୍କାରେ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି | ଏଭଳି ସ୍ତିତିରେ ଶ୍ରୀଲଙ୍କାରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି । ଦେଶରେ ଖାଦ୍ୟାଭାବ ସହ ବିଭିନ୍ନ ନିତ୍ୟବ୍ୟବହାର ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ଗେଜେଟ୍ ସ୍ୱାକ୍ଷର କରିବା ସହ ସମସ୍ତ କ୍ଷମତା ନିଜ ହାତକୁ ନେଇଛନ୍ତି । ଶୁକ୍ରବାରଠୁ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଦେଶରେ ଆହୁରି ଉତ୍କଟ ହୋଇଛି ସମସ୍ୟା । ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ।
More Stories
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….