ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ଶୁକ୍ରବାର ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଦାୟିତ୍ୱର ଭାର ମଧୁସୂଦନ ପାଢୀଙ୍କ ହାତକୁ ହସ୍ତାନ୍ତର କରାଯାଇଛି। ୧୯୯୧-ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କନ୍ଧମାଳ ଜିଲ୍ଲା ବାଲିଗୁଡାର ସବ୍ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପରେ ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡିଆରଡିଏ, ମୟୂରଭଞ୍ଜ ପରେ ବିଭିନ୍ନ ବିଭାଗର ସଚିବ ଥିଲେ।






More Stories
ନାବାଳକଙ୍କୁ ହତ୍ୟା କଲା ନାବାଳକ…..
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..