ରିପୋର୍ଟ କାର୍ଡ / କଳାହାଣ୍ଡି
ଅଗ୍ନିକୁ ସାକ୍ଷୀ ରଖି ୭ଜନ୍ମ ପାଇଁ ସାଥି ହୋଇରହିବାକୁ ପ୍ରତିଜ୍ଞା କରିଥିଲେ | ସ୍ତ୍ରୀର ମୃତ୍ୟୁ ପରେ ମଧ୍ୟ କଥା ରଖିଲେ ସ୍ୱାମୀ। ପତ୍ନୀଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ବୃଦ୍ଧ ଅଚାନକ ପତ୍ନୀଙ୍କ ଚିତାକୁ ଡେଇଁ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିଆଲଯୋଡି ଗାଁରେ । ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟାରେ ସିଆଲଯୋଡି ଗାଁର ନୀଳମଣି ଶବରଙ୍କ ପତ୍ନୀ ରଇବାରୀ ଶବରଙ୍କ(୬୦) ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କର ୪ ପୁଅ ଓ ଆତ୍ମୀୟ ସ୍ଵଜନ ଆସିବା ପରେ ତାଙ୍କର ଶବ ସତ୍କାର କରିବାକୁ ଗାଁ ମଶାଣିକୁ ନେଇଥିଲେ। ଗାଁ ମଶାଣିରେ ରଇବାରୀଙ୍କ ଜୁଇ ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଫେରୁଥିଲେ। ଏହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ପତ୍ନୀଙ୍କ ଜୁଇ ଉପରକୁ ଡେଇଁ ପଡ଼ିଥିଲେ। ପ୍ରଖର ନିଆଁ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ଘଟଣା ଜଣାପଡ଼ିବା ପରେ ନୀଳମଣିଙ୍କ ୪ ପୁଅ ଓ ଗ୍ରାମବାସୀ ଗାଁ ମାଶାଣିକୁ ଯାଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସୂଚନାଯୋଗ୍ୟ, ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗାଁର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିଲେ। ତେବେ ବିଗତ ଦିନରେ ସେ ଚହକା ଗ୍ରାମପଞ୍ଚାୟତର ସମିଟି ସଭ୍ୟ ମଧ୍ୟ ଥିଲେ ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..