Report Card Odisha

| Daily Odia News

ଚୀନ୍‌ରେ ଭୂକମ୍ପ ଅନୁଭୂତ, ୩ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସକାଳୁ ଚୀନ୍‌ରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଚୀନ୍‌ରେ କ୍ରମାନ୍ବୟରେ କେତୋଟି ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ୍ରତ୍ୟୁଷରେ ସ୍ଥାନୀୟ ସରକାରୀ ଅଧିକାରୀ ଓ ଭୂମିକମ୍ପବିତ୍‌ମାନେ କହିଛନ୍ତି । ଏହି ଭୂମିକମ୍ପରେ ଚୀନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ତିବ୍ବତୀୟ ପ୍ଲେଟ୍ୟୁ ଅନ୍ତର୍ଗତ କ୍ବିନ୍‌ଘାଇ ପ୍ରଦେଶ ଏବଂ ଦକ୍ଷିଣପଶ୍ଚିମ ଅଞ୍ଚଳର ୟୁନାନ୍ ପ୍ରଦେଶ ପ୍ରଭାବିତ ହୋଇଛି। କମ୍ପନର ଉତ୍ପତ୍ତିସ୍ଥଳ ଅଗଭୀର ଥିବାରୁ ଏହା ବିଶେଷ କ୍ଷତିକାରକ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିବା ଅନୁସାରେ, ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ଦାଲି ସହର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତି ୯.୪୮ରେ ପ୍ରଥମେ ସଂଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୧ । ଏହା ପରେ ପରେ ସେଠାରେ ଅନ୍ୟୂନ ଆଉ ଦୁଇଟି ଭୂକମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପନ କାରଣରୁ ଏହି ପାହାଡ଼ିଆ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨୨ଜଣ ଆହତ ହୋଇଛନ୍ତି ।ଏହାର କିଛି ଘଣ୍ଟା ପରେ ୧୨୦୦ କିଲୋମିଟରରୁ ଅଧିକ ଦୂରରେ ଚୀନ୍‌ର ସ୍ବଳ୍ପ ଜନସଂଖ୍ୟାବିଶିଷ୍ଟ କ୍ବିନ୍‌ଘାଇ ପ୍ରଦେଶରେ ୭.୩ ତୀବ୍ରତାସମ୍ପନ୍ନ ଆଉ ଏକ ଭୂମିକମ୍ପ ସଂଘଠିତ ହୋଇଥିଲା । ଏହା ପରେ ମଧ୍ୟ ସେଠାରେ ଆଉ ଥରେ କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ ‌ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହଠାତ୍‌ କୌଣସି ସୂଚନା ମିଳିପାରି ନାହିଁ। ସ୍ବଳ୍ପସଂଖ୍ୟକ ଘର ଭାଙ୍ଗିଥିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ଅନୁମାନ କରୁଛନ୍ତି । ଉଭୟ ସ୍ଥାନକୁ ଜରୁରୀକାଳୀନ କର୍ମଚାରୀ ଏବଂ ବିପର୍ଯ୍ୟୟ ରିଲିଫ୍ ଟିମ୍‌ଙ୍କୁ ପଠାଯାଇଛି।

Breaking News