ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକରେ କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଲକ ଡାଉନ କଟକଣା ଅବଧିରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରାପ୍ପା ଶୁକ୍ରବାର ରାଜ୍ୟବ୍ୟାପୀ ତାଲାବନ୍ଦ କଟକଣା ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି। ଫଳରେ ଏହି କଟକଣା ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ବରୁ ମଇ ୧୦ରୁ ମଇ ୨୪ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଥିଲେ । ଇତିମଧ୍ୟରେ କର୍ଣ୍ଣାଟକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ରହୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ଅଧିକ ରହୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟରେ ସଂପ୍ରତି ୫ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବା ପରେ ତାଲାବନ୍ଦ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଏଥିରେ ପୂର୍ଣ୍ଣ ସହଯୋଗ କରିବା ସହିତ କୋଭିଡ ସମ୍ପର୍କିତ ନିୟମାବଳୀ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
More Stories
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ…..
ଭୀଷଣ ବର୍ଷାରେ ଭୁଶୁଡିଲା କାନ୍ଥ: ୮ ମୃତ…..
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:୧୪ ମୃତ…..