Report Card Odisha

| Daily Odia News

କାମ କରିବାର ମନ୍ତ୍ର କହିଲେ ଗୁଗୁଲ ମୁଖ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଗୁଲର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସୁନ୍ଦର ପିଚାଇଙ୍କ ପାଇଁ ପୂରା ଭାରତବର୍ଷ ଗର୍ବିତ। ଏକ ବିଶ୍ବସ୍ତରୀୟ କମ୍ପୀନୀର ଦାୟିତ୍ବ ନେଇ ସେ ବେଶ୍ ଦକ୍ଷ ଭାବେ ପରିଚାଳନା କରୁଛନ୍ତି। ଏକଥା ତାଙ୍କ ସହକର୍ମୀମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। କାମ କରିବାର ମନ୍ତ୍ର ମଧ୍ୟ ଦେଇଛନ୍ତି | କହିଛନ୍ତି କି

  • ନିଜକୁ ଜଣେ ଆଇଆଇଟି ଛାତ୍ର ଭାବେ ପରିଚୟ ଦେବାରେ ତାଙ୍କୁ ଭାରି ଖୁସି ଲାଗେ। ଯେତେବେଳେ ସେ ଆଇଆଇଟି ତରଫରୁ ମନୋନୀତ ହେଲେ, ପୂରା ପରିବାର ପାଇଁ ସେ ହିରୋ ପାଲଟିଗଲେ। ବାପା-ମା’ଙ୍କ ଆତ୍ମସନ୍ତୋଷ ସେମାନଙ୍କ ମୁହଁରୁ ଝରିପଡ଼ୁଥିଲା।
  • ସୁନ୍ଦରଙ୍କ କାମ କରିବାର ମନ୍ତ୍ର ହେଉଛି ସମୟକୁ ଗୁରୁ ବୋଲି ସମ୍ମାନ ଦିଅ। ପ୍ରତିଟି କାମକୁ ନିର୍ଦିଷ୍ଟ ସମୟରେ ଶେଷ କଲେ କିଛି ଅସୁବିଧା ହୁଏନି। ଗୁଗୁଲ୍‌ରେ କାମ କରିବା ପରଠାରୁ ସୁନ୍ଦର ସମୟର ଜ୍ଞାନକୁ ବୁଝିପାରିଲେ। ବିଳମ୍ବରେ କାମ ସାରିବାକୁ ସେ ଆଦୌ ପସନ୍ଦ କରନ୍ତିନି।
  • ସୁନ୍ଦର ଏକ ସାକ୍ଷାତକାର୍‌ରେ କହିଛନ୍ତି, ତାଙ୍କ କାର୍ଯ୍ୟାଳୟରେ ଦେଶବିଦେଶରୁ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ୍ କରିବାକୁ ଆସନ୍ତି। ଅଧିକାଂଶ ତାଙ୍କୁ ଭେଟିବାକୁ ଆସି କହନ୍ତି, ମୁଁ ଆପଣଙ୍କ ଭଳି ହେବାକୁ ଚାହୁଁଛି। ସୁନ୍ଦର ସମସ୍ତଙ୍କୁ ବୁଝାନ୍ତି, ମୋ ଭଳି ହେବା ଦରକାର ନାହିଁ। ନିଜ ଜ୍ଞାନର ପରିସୀମା ବଢ଼ାଅ। ତୁମେ ନିଶ୍ଚୟ ସଫଳ ହେବ।
Breaking News