ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀର ଭୁବନେଶ୍ୱରରେ ଥିବା କିଟ ବିଶ୍ୱବିଦ୍ୟାଳୟର ଜଣେ ବିଟେକ୍ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉକ୍ତ ନେପାଳୀ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ୍ୟୁ ପରେ ଅନ୍ୟ ନେପାଳୀ ଛାତ୍ର ଉନ୍ମକ୍ତକାଣ୍ଡ ଭିଆଇଛନ୍ତି। ଏହାକୁ ନେଇ ବିଳମ୍ବିତ ରାତିରେ କ୍ୟାମ୍ପସ୍ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। କିଛି ଛାତ୍ର କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନେପାଳୀ ଛାତ୍ରୀଙ୍କୁ ଅସଦାରଣ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଅନ୍ୟ ଛାତ୍ରମାନେ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି। ରାତି ସାରା କ୍ୟାମ୍ପସରେ ଉତ୍ତେଜନା ପରେ ଆଜି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ସେପଟେ ଅଭିଯୋଗ ପରେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ଜେରା କରୁଛି ଇନଫୋସିଟି ଥାନା ପୋଲିସ । ତେଣେ ମୃତ ଛାତ୍ରୀଙ୍କ ପରିବାରକୁ ପୋଲିସ ଖବର ଦେଇଛି। ନେପାଳୀ ଛାତ୍ରଛାତ୍ରୀ ଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ହୋଇଛି | ଚାତ୍ରଛାତୀ ମାଙ୍କୁ ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ କୁହାଯାଇଛି |






More Stories
୨୦୨୭ରୁ ନୂଆ ନିୟମ ଲାଗୁ…..
ବ୍ୟବସାୟୀଙ୍କୁ ହତ୍ୟା…..
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……