Report Card Odisha

| Daily Odia News

ପେଗାସସ୍ ମାମଲାରେ ଶୁଣାଣି କରିବେ ସୁପ୍ରିମକୋର୍ଟ,ଫୋନରେ ଅସ୍ତ୍ର ରଖିଛନ୍ତି ପ୍ରଧାନମନ୍ତ୍ରୀ…..

SUPRIME COURT IN NEW DELHI ON MONDAY PICTURE BY PREM SINGH 19 APRIL 2010

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପେଗାସସ୍ ମାମଲାକୁ ନେଇ ଦେଶ ଉଠୁଛି ପଡୁଛି | ନିଦ ହଜାଇ ଦେଇଛି ବଡବଡ଼ ବ୍ୟକ୍ତି ବିଶେଷଙ୍କର | ସଂସଦର ମୌସୁମୀ ଅଧିବେଶନରେ ପ୍ରତିଦିନ ବିରୋଧୀ କରୁଛନ୍ତି ହଙ୍ଗାମା । ଆସନ୍ତା ସପ୍ତାହରେ ପେଗାସସ୍ ସ୍କାଣ୍ଡାଲ ମାମଲାର ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି | ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି । ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାରଙ୍କ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଏହି ସୂଚନା ଦେଇଛନ୍ତି । ଇସ୍ରାଏଲର ସ୍ପାଏଓୟାର୍ ପେଗାସସ୍ ଜରିଆରେ ଦେଶର ବହୁ ନେତା, ସାମ୍ବାଦିକ, ବରିଷ୍ଠ ସରକାରୀ ଅଧିକାରୀଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଏସ୍‌ଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏନ୍ ରାମ ଓ ଶଶି କୁମାର । ଦେଶର ୧୪୨ ଜଣଙ୍କ ବିରୋଧରେ ଏହି ଗୁଇନ୍ଦାଗିରି କରାଯାଇଥିବା ଅଭିଯୋଗ ହୋଇଛି । ଇସ୍ରାଇଲର କମ୍ପାନିଠାରୁ ଏହି ସ୍ପାଏଓୟାର୍ ଭାରତ ସରକାର କିଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ ଭାବେ ଜଣାଇବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଛି । ଏହା ବ୍ୟକ୍ତିଗତ ସ୍ୱାଧୀନତାର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ । ଇସ୍ରାଏଲର କମ୍ପାନି ଏନ୍ଏସ୍ଓ କହିଥିଲା, କେବଳ କୌଣସି ଦେଶର ସରକାରଙ୍କୁ ହିଁ ପେଗାସସ୍ ସ୍ପାଏଓୟାର୍ ବିକ୍ରି କରାଯାଇଥାଏ । ସୂଚନା ଅନୁସାରେ- ପେଗାସସ୍ ସ୍କାଣ୍ଡାଲ ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ପ୍ରତିଦିନ ହଙ୍ଗାମା କରୁଛନ୍ତି ବିରୋଧୀ । ଏହାର ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଏକାଧିକବାର ଗୃହକାର୍ଯ୍ୟ ପ୍ରଭାବିତ ହୋଇଛି । ଫଲରେ ବାଚସ୍ପତିଙ୍କୁ ଏକାଧିକ ଥର ଗୃହ ମୁଲତବୀ କରିବାକୁ ପଡିଥିଲା । ପେଗାସସ୍ ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଲଗାତର ହମଲା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆମ ଫୋନରେ ଅସ୍ତ୍ର ରଖିଛନ୍ତି ବୋଲି ରାହୁଲ କହିଛନ୍ତି । ସେ ଆହୁରି କହିଥିଲେ ଯେ, ‘ସମଗ୍ର ବିରୋଧୀ ଏଠାରେ ଏକାଠି ହୋଇଛନ୍ତି କାରଣ ସଂସଦରେ ଆମର ସ୍ୱର ଦମନ କରାଯାଉଛି’ । ପେଗାସସ୍ ସଫ୍ଟଓୟାର୍ କିଣାଯାଇଛି କି ନାହିଁ ଏବଂ ତାହା ଭାରତର କିଛି ଲୋକଙ୍କ ବିରୋଧରେ ବ୍ୟବହୃତ ହୋଇଛି କି ନାହିଁ ? ଆମେ କେବଳ ଏତିକି ପଚାରୁଛୁ ବୋଲି ରାହୁଲ କହିଥିଲେ ।

Breaking News