ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଷ୍କର୍ମ ତଥା ଯୌନ ଶୋଷଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ସ ରେ ରହିଛି କି- ଯୌନ ନିର୍ଯ୍ୟାତନା ମାମଲାରେ ଜାମିନ ସର୍ତ୍ତାବଳୀରେ ଅଭିଯୁକ୍ତ ଓ ପିଡିତାଙ୍କ ମଧ୍ୟରେ ମଧ୍ୟସ୍ଥି କରିବାକୁ ବିଚାରପତିଙ୍କୁ ଅନୁମତି ମିଳିବା ଉଚିତ୍ ନୁହେଁ । ସେହିପରି ଯେଉଁ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବ ସେନେଇ ଅଭିଯୋଗକାରୀ ପିଡିତାଙ୍କୁ ଅବଗତ କରାଯିବ । ଏମିତିକି ଜାମିନ ରାୟର ନକଲ ଦୁଇ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରାଯିବ। ଅପରପକ୍ଷେ ଯୌନ ନିଯ୍ୟାତନା ମାମଲାର ବିଚାର ବେଳେ ବିଚାରପତି ମାନେ କୌଣସି ପ୍ରକାର ଆପୋସ ବୁଝାମଣା କରିପାରିବେ ନାହିଁ । ଯେପରିକି ବିବାହ କରିବା ଲାଗି ପ୍ରୋତ୍ସାହନ ଦେବେ ନାହିଁ କିମ୍ବା ଏଭଳି ବୁଝାମଣା ନେଇ ମଧ୍ୟସ୍ଥତା ମଧ୍ୟ କରିପାରିବେ ନାହିଁ । ବିଚାର ପତି ମାନେ ମାମଲାର ଶୁଣାଣି ସମୟରେ ସମ୍ବେଦନଶୀଳ ରହିବା ଜରୁରୀ ।
More Stories
ବ୍ରିଟିଶମାନଙ୍କଠାରୁ ବଳିଗଲା ବିଜେପି:ବିଜେଡି….
ପୁଣି ଲଘୁଚାପ: ଅରେଞ୍ଜ ଓ୍ବାର୍ନିଂ ଜାରି….
ଆଜି ତିନିରଥ ହେବ ଦକ୍ଷିଣ ମୋଡ…..