ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଷ୍କର୍ମ ତଥା ଯୌନ ଶୋଷଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ସ ରେ ରହିଛି କି- ଯୌନ ନିର୍ଯ୍ୟାତନା ମାମଲାରେ ଜାମିନ ସର୍ତ୍ତାବଳୀରେ ଅଭିଯୁକ୍ତ ଓ ପିଡିତାଙ୍କ ମଧ୍ୟରେ ମଧ୍ୟସ୍ଥି କରିବାକୁ ବିଚାରପତିଙ୍କୁ ଅନୁମତି ମିଳିବା ଉଚିତ୍ ନୁହେଁ । ସେହିପରି ଯେଉଁ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯିବ ସେନେଇ ଅଭିଯୋଗକାରୀ ପିଡିତାଙ୍କୁ ଅବଗତ କରାଯିବ । ଏମିତିକି ଜାମିନ ରାୟର ନକଲ ଦୁଇ ଦିନ ମଧ୍ୟରେ ତାଙ୍କୁ ପ୍ରଦାନ କରାଯିବ। ଅପରପକ୍ଷେ ଯୌନ ନିଯ୍ୟାତନା ମାମଲାର ବିଚାର ବେଳେ ବିଚାରପତି ମାନେ କୌଣସି ପ୍ରକାର ଆପୋସ ବୁଝାମଣା କରିପାରିବେ ନାହିଁ । ଯେପରିକି ବିବାହ କରିବା ଲାଗି ପ୍ରୋତ୍ସାହନ ଦେବେ ନାହିଁ କିମ୍ବା ଏଭଳି ବୁଝାମଣା ନେଇ ମଧ୍ୟସ୍ଥତା ମଧ୍ୟ କରିପାରିବେ ନାହିଁ । ବିଚାର ପତି ମାନେ ମାମଲାର ଶୁଣାଣି ସମୟରେ ସମ୍ବେଦନଶୀଳ ରହିବା ଜରୁରୀ ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..