ରିପୋର୍ଟ କାର୍ଡ / କଟକ
ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଉଛି | କଟକ ଲିଙ୍କରୋଡ଼ ସ୍ଥିତ ଘରୋଇ କଲେଜରେ ଗତ ୨୪ ଘଣ୍ଟା ମଧ୍ୟରେ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ସଂକ୍ରମିତ ଗୋଟିଏ ହଷ୍ଟେଲର ବୋଲି ସୂଚନା ମିଳିଛି। ଉକ୍ତ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଅପରପକ୍ଷରେ ଉକ୍ତ କଲେଜ ଓ ହଷ୍ଟେଲକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି। ଆକ୍ରାନ୍ତମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ ଚାଲିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….