ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ। ଗତ ଅଗଷ୍ଟ ମାସରେ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ରାଘବ ତାଙ୍କ ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଘବ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର କୌଣସି ମାମଲା ନାହିଁ। ମାମଲା ରୁଜୁ ହୋଇଥିଲେ ମଧ୍ୟ ନିୟମ ୨୫୬ ଅନୁଯାୟୀ ତାଙ୍କୁ କେବଳ ସେହି ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିବ। ଏହି ମାମଲା ବର୍ତ୍ତମାନ ସଂସଦର ବିଶେଷାଧିକାର କମିଟି ନିକଟରେ ରହିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……