ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦାନି ଗ୍ରୁପ୍ ଅନ୍ତର୍ଗତ କେତେକ କମ୍ପାନୀର ଷ୍ଟକ୍ ମୂଲ୍ୟରେ ଜାଲିଆତି କରାଯାଇଥିବା ସମ୍ପର୍କରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ତାହାକୁ ନେଇ ଦେଶର ସେୟାର ବଜାରରେ ହଇଚଇ ସୃଷ୍ଟି ହୋଇଥିଲା। ତାହାର ପ୍ରଭାବରେ ଆଦାନି ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟ ହଠାତ୍ ହ୍ରାସପାଇବା ସହିତ ଗ୍ରୁପ୍ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲା। ଏ ସମ୍ପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଯାଚିକା ଦାଏର କରାଯିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ବିଷୟରେ ବିଶେଷ ଅଭିଜ୍ଞତା ଓ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ନେଇ ଏକ ମଣ୍ଡଳୀ ଗଠନ କରିବା ସହିତ ଭାରତୀୟ ନିୟାମକ କୌଶଳ ଏବଂ ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ନିଯୁକ୍ତ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉକ୍ତ ମଣ୍ଡଳୀ ସେୟାର ମୂଲ୍ୟ ଜାଲିଆତି ମାମଲାରେ ଆଦାନି ଗ୍ରୁପ୍କୁ ନିର୍ଦୋଷ ବୋଲି ଦର୍ଶାଇଛନ୍ତି। ଏଥିସହିତ ଏହି ଗ୍ରୁପ୍ ତଦ୍ଜନିତ ପରିସ୍ଥିତିରେ ନିବେଶକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ମଣ୍ଡଳୀ ଦର୍ଶାଇଛନ୍ତି।






More Stories
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି….
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..
ଏକ୍ଜିଟ୍ ପୋଲ୍କୁ ଖାରଜ କଲେ ତେଜସ୍ୱୀ ଯାଦବ…..