ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆପଣ ଏଠାରେ ନାରୀ ଶକ୍ତି ବିଷୟରେ କହୁଛନ୍ତି। ଯଦି ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଉଛି ତେବେ ତଟରକ୍ଷୀ ତଟରକ୍ଷୀ ବାହିନୀରେ ମହିଳାଙ୍କୁ କାହିଁକି ଚାହୁଁନାହାଁନ୍ତି। ଯଦି ମହିଳା ମାନେ ସୀମା ସୁରକ୍ଷା କରିପାରିବେ ତେବେ ସେମାନେ ଉପକୂଳର ମଧ୍ୟ ସୁରକ୍ଷା କରିପାରିବେ ବୋଲି କହିଛନ୍ତି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ। ସୋମବାର ତଟରକ୍ଷୀ ବାହିନୀରେ ମହିଳାମାନଙ୍କ ପାଇଁ ସ୍ଥାୟୀ କମିଶନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି। ତଟରକ୍ଷୀ ବାହିନୀରେ ମହିଳାଙ୍କ ଲାଗି ସ୍ଥାୟୀ ଆୟୋଗ ଉପରେ ଏକ ପୁରୁଷ ଆଭିମୁଖ୍ୟ ଗ୍ରହଣ କରିବାକୁ ନେଇ କେନ୍ଦ୍ରକୁ କଡା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ସେନା ଓ ନୌସେନାରେ ମହିଳା ମାନଙ୍କୁ ସାମିଲ କରିବାକୁ କାର୍ଯ୍ୟ କରିସାରିଛନ୍ତି ତେବେ କୋଷ୍ଟଗାର୍ଡରେ କାହିଁକି ଭିନ୍ନ ହେବ। ତଟରକ୍ଷୀ ବାହିନୀ ପ୍ରତି କେନ୍ଦ୍ରର ମନୋଭାବ କାହିଁକି ଉଦାସୀନ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଯେତେବେଳେ ମହିଳାମାନେ ସୀମା ରକ୍ଷା କରିପାରୁଛନ୍ତି, ସେତେବେଳେ ମହିଳାମାନେ ମଧ୍ୟ ଉପକୂଳର ସୁରକ୍ଷା କରିପାରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……