ରିପୋର୍ଟ କାର୍ଡ / ଭୁବନେଶ୍ଵର
ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଛନ୍ତି ଯଦି କେହି ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ତେବେ ତୁରନ୍ତ ସରେଣ୍ଡର କରିଯାଆନ୍ତୁ। ଯଦି ସରେଣ୍ଡର ନକରିବେ , ତାହାଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି । ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ। ଏହାର କୌଣସି ଡେଡଲାଇନ୍ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।
More Stories
ଏକ୍ସପ୍ରେସ କୁ ଧକ୍କା ଦେଲା ଏକ୍ସପ୍ରେସ …..
ଭିଜିଲାନ୍ସ ଜାଲରେ ଡାକ୍ତର…..
ବିମାନରେ ବୋମା ଧମକ….