ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକୁ ଠିକ୍ ବର୍ଷେ ତଳେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାରା ଦେଶ ହଇଚଇ ସୃଷ୍ଟି ହୋଇଗଲା ।ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଜୁନ୍ ୧୪ ତାରିଖ ଅପରାହ୍ନରେ ଖବର ପ୍ରକାଶ ପାଇବା ପରେ ଫ୍ୟାନଠୁ ଫୋଲୋରସ ସମସ୍ତେ ସବ୍ଧ ହୋଇଯାଇଥିଲେ। ସହଜରଏ ବଲିଉଡ୍ର ଏହି ଅଭିନେତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ଲୋକେ। ଫିଲ୍ମରେ ଲୁଜରର ସଂଜ୍ଞା ବୁଝାଉଥିବା ଏହି ଅଭିନେତା ନିଜେ ହିଁ ଜୀବନଯୁଦ୍ଧରେ ହାରିଯାଇଥିଲେ । ଯୁବ ବୟସରେ ସଫଳତାର ଶୀର୍ଷରେ ଛୁଇଁଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଏବେ ବି ଅନେକଙ୍କୁ ସ୍ତବ୍ଧ କରି ରଖିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର ହେବା ପରେ ଶବବ୍ୟବଚ୍ଛେଦ ପାଇଁ କୁପାର ହସ୍ପିଟାଲକୁ ନିଆଯାଇଥିଲା । ପୁଲିସ୍ ଘରୁ କିଛି ସାମଗ୍ରୀ ଜବତ କରିବା ବେଳେ ୬ ମାସ ସୁଶାନ୍ତ ସିଂ ରାଜପୁତ ମାନସିକ ଚାପରେ ଥିବା ସୂଚନା ଦେଇଥିଲା, ଯାହାକୁ ନେଇ ଏବେ ବି ଚର୍ଚ୍ଚା ଧରିଛି। ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏବେ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ସୁଶାନ୍ତଙ୍କ ପୋଷ୍ଟମର୍ଟମକୁ ନେଇ ଏକ ବଡ଼ ବୟାନ ଦେଇଥିଲେ, ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ବିକାଶ ସିଂ କହିଥିଲେ, ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁ ସମୟର ସୁଚନା ଦିଆଯାଇନାହିଁ । ଯାହା ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି ସେ କହିଥିଲେ । ସୁଶାନ୍ତଙ୍କୁ ତାଙ୍କ ମୃତ୍ୟୁ ପରେ ଫାଶୀରେ ଝୁଲାଯାଇଥିଲା କି ଫାଶୀରେ ଝୁଲିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାହା ମୃତ୍ୟୁ ସମୟରୁ ହିଁ ସ୍ପଷ୍ଟ ହୋଇପାରେ ବୋଲି ସେତେବେଳେ ସେ ଏକ ବୟାନ ଦେଇଥିଲେ । ଆଉ ସେହି ବୟାନକୁ ନେଇ ପୂରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆହୁରି ରହସ୍ୟ ବଢାଇଦେଇଥିଲା । ଏବେବି ସୁଶାନ୍ତଙ୍କ ମୃତ୍ୟୁକୁ ଉପରୁ ହଟିପାନାହିଁ ପରଦା | ସମସ୍ୟା ଏବେବି ଲାଗିରହିଛି | ଏବେବି ସୁଶାନ୍ତ ସିଂଙ୍କୁ ଝୁରୁଛନ୍ତି ଫ୍ୟାନ |
More Stories
ଅଭିନେତାଙ୍କୁ ହତ୍ୟା ଧମକ……
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..
ସଲମାନଙ୍କ ବାଲ୍କୋନୀରେ ଲାଗିଲା ବୁଲେଟ୍ପ୍ରୁଫ୍ କାଚ…..