ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ସୁସ୍ମିତା ଦେବ ଅପରାହ୍ନରେ ଟିଏମ୍ସିରେ ସାମିଲହୋଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଦଳର ମହିଳା ୱିଙ୍ଗର ସଭାପତି ଥିଲେ। ଏବଂ ତାଙ୍କ ଟ୍ୱିଟର ବାୟୋରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସହ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଥିଲେ। ସେପଟେ ଟିଏମସି ଏକ ଟୁଇଟ୍ ଜରିଆରେ କହିଛି ଯେ ଆମେ ସୁସ୍ମିତା ଦେବଙ୍କୁ ଟିଏମ୍ସିରେ ସ୍ୱାଗତ କରୁଛୁ ! ଟିଏମସି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ସୁସ୍ମିତା ଦେବଙ୍କୁ ଦଳକୁ ସ୍ୱାଗତ କରିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।କଂଗ୍ରେସ ଦଳରୁ ସୁସ୍ମିତା ଦେବ ଇସ୍ତଫା ଦେଇ କହିଥିଲେ ଯେ ସେ “ଜନସେବା ର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି”।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..