ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିରିୟା ଗୃହଯୁଦ୍ଧରେ ବିଦ୍ରୋହୀ ଦେଶକୁ କବଜା କରିବା ପରେ ତତ୍କାଳୀନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିଥିଲା । ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ତାଙ୍କୁ ଶରଣ ଦେଇଥିଲେ। କିନ୍ତୁ ଏବେ ଅସଦଙ୍କୁ ରୁଷରେ ହିଁ ବିଷ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ସାମ୍ନାକୁ ଆସିଛି। ଅସଦ ହଠାତ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ନିଃଶ୍ଵାସ ନେବାରେ ସମସ୍ୟା ହୋଇଥିଲା। ତେଣୁ ସେ ନିଜ ସୁରକ୍ଷା କର୍ମୀଙ୍କ ସହାୟତା ନେଇଥିଲେ। ସେମାନେ ତୁରନ୍ତ ଡାକ୍ତରଖାନାକୁ ଫୋନ କରି ଜଣାଇଥିଲେ। ଏହି ଖବର ପୁଟିନଙ୍କୁ ମିଳିବା ପରେ ତୁରନ୍ତ ସେ ଅସଦଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ତାଙ୍କ ଘରେ କରିବାକୁ ନିର୍ଦେଶ ଦେଇଥିଲେ। ତୁରନ୍ତ ମେଡିକାଲ ଟିମ ଅସଦ ରହୁଥିବା ଆପାର୍ଟମେଣ୍ଟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ।






More Stories
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..