ରିପୋର୍ଟ କାର୍ଡ / ବାଲିଅନ୍ତା
ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷରେ ତହସିଲଦାର ସରୋଜ କୁମାର ପଣ୍ଡା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁଙ୍କ ସମେତ ସହକର୍ମୀମାନେ ଚାରାରୋପଣ କରିଥିଲେ। ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପାର୍ଶ୍ବରେ ଆମ୍ବ, ନିମ୍ବ, ଲେମ୍ବୁ, ନଡ଼ିଆ, ହରିଡ଼ା, ବାହାଡ଼ା ଏବଂ ଅଂଳା ଆଦି କିସମର ଔଷଧୀୟ ଚାରା ରୋପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରେଞ୍ଜ ଅଫିସର ଉପସ୍ଥିତ ଥିଲେ। ପ୍ରକୃତିବନ୍ଧୁ ନିରଞ୍ଜନ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ପିତବାସ ଦାଶ,ଲୁକେଶ କୁମାର ସାହୁ, ଜିତେନ୍ଦ୍ର ବେଉରା, ମିଥୁନ ସାହୁ , ଆଶୁତୋଷ ଚୗଧୂରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






More Stories
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..