Report Card Odisha

| Daily Odia News

ତାମିଲନାଡୁର ବଦଳିଲା ସରକାର, ମୁଖ୍ୟମନ୍ତ୍ରୀ ପଦ ଛାଡିଲେ କେ. ପଲାନିସ୍ୱାମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁର ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ଚଳିତ ନିର୍ବାଚନରେ ଏଡିଏମକେ ମେଣ୍ଟ ହାତରୁ କ୍ଷମତା ଛଡ଼ାଇ ଆଣିଛି ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ । ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଡିଏମକେ ମେଣ୍ଟ ୧୫୬ ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏଡିଏମକେ ମେଣ୍ଟକୁ ମିଳିଛି ମାତ୍ର ୭୪ ଆସନ । ଅନ୍ୟାନ୍ୟ ୪ଟି ସିଟରେ ବିଜୟୀ ହୋଇଛନ୍ତି । ଖୁବଶୀଘ୍ର ତାମିଲନାଡୁରେ ନୂଆ ସରକାର ଶପଥ ନେବ । ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଡିଏମକେ ମୁଖ୍ୟ ଏମ୍. କେ. ଷ୍ଟାଲିନ୍ ।

Breaking News