ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଯଶସ୍ବୀ ହେବେ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍ ହୋଇପାରନ୍ତି। ପରାକ୍ରମୀ ହେବେ। ପୁତ୍ର ସନ୍ତାନଯୁକ୍ତ ହୋଇପାରନ୍ତି। ଧନବାନ୍, ହୃଷ୍ଟଚିତ୍ତ ଓ ସୁଖୀ ହେବେ। ସର୍ବତ୍ର ବିଜୟୀ ହେବେ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ।
ବୃଷ: ପତ୍ନୀ ହେତୁକ ଧନଲାଭ ହୋଇପାରେ। ସାଧୁଙ୍କ କଲ୍ୟାଣରୁ ସୁଖ ଭୋଗ କରିବେ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ମନ ପ୍ରଫୁଲ୍ଲ ରହିବ। ସୁସ୍ଥ ଓ ନିରାମୟ ରହିବେ। ଛାତ୍ରଛାତ୍ରୀ ଶୁଭ ଫଳ ପାଇପାରନ୍ତି।
ମିଥୁନ: ବିନୟୀ ସ୍ବଭାବସମ୍ପନ୍ନ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ହାସ୍ୟ ମୁଖ ଓ ସଙ୍ଗୀତପ୍ରିୟ ହେବେ। ଲୋକ ପୂଜ୍ୟ ହୋଇପାରନ୍ତି। ସୁପରାମର୍ଶଦାତା ଓ ସୁଖୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: କର୍ମଚଞ୍ଚଳ ରହିବେ। ଦେବତା, ଦ୍ବିଜ, ଯଜ୍ଞ ଆଦି ଧର୍ମକ୍ରିୟାରତ ହୋଇ ଅଧିକ ବ୍ୟୟ କରିପାରନ୍ତି। ସାଧୁମାନଙ୍କ ଦ୍ବାରା ପ୍ରଶଂସିତ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ମଧୁର ଭାଷୀ ହେବେ।
ସିଂହ: ମନ ପ୍ରସନ୍ନ ରହିବ। ଗୃହ ସୁଖ ଓ ଯାନବାହାନ ସୁଖ ମିଳିବ। ବହୁ ବିଦ୍ୟାରେ ପାରଙ୍ଗମ ହେବେ। ସୁସ୍ଥ ଓ ନିରାମୟ ରହିବେ। ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଯଶ ଅର୍ଜନ କରି ଲୋକପ୍ରିୟ ହେବେ। ଆୟ ଆଶାନୁରୂପ ହେବ।
କନ୍ୟା: ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ଗୁଣର ଆଧାର ହେବେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ସବୁକିଛି ପ୍ରାପ୍ତ ହେବ।
ତୁଳା: ଧାର୍ମିକ ହେବେ। ଦେବ-ବ୍ରାହ୍ମଣଙ୍କ ସେବାକାରୀ ହୋଇପାରନ୍ତି। ଜନାନୁରାଗୀ ହେବେ। ଅଦ୍ଭୁତକର୍ମୀ ହେବାର ସୂଚନା ମିଳୁଛି। ଧନବାନ୍ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇ କାର୍ଯ୍ୟ କରିବେ।
ବିଛା: ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଅଧିକ ଶ୍ରମ ସ୍ବୀକାର କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ବୁଦ୍ଧିମାନ୍ ହେବେ। ସମାଜସେବୀ ଓ ପରୋପକାରୀ ହୋଇପାରନ୍ତି। ବିଭାଗୀୟ ମାନ୍ୟତା ମିଳିପାରେ।
ଧନୁ: ପ୍ରଭାବଶାଳୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶତ୍ରୁ ବିଜୟୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ କରିପାରନ୍ତି। ଧର୍ମାଶକ୍ତ ଓ ମତିମାନ୍ ହେବେ। ପୁତ୍ର, ମିତ୍ର, ହେତୁକ ସୁଖରେ ଭାଗୀ ହେବେ।
ମକର: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଧନ ଆହରଣ ପାଇଁ ମିତ୍ର, ସାଧୁ, ମହାଜନ ଓ ଘର ଲୋକଙ୍କ ସହିତ ବିମନା ହୋଇପାରନ୍ତି। କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁ ଦମନ କରିପାରନ୍ତି।
କୁମ୍ଭ: ସ୍ଥିର ମନା ହେବେ। ସଚେଷ୍ଟ ହୋଇପାରନ୍ତି। ଶକ୍ତିଯୁକ୍ତ ହେବେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସତ୍ୟାନୁରାଗୀ ହେବେ।
ମୀନ: କେତେକ କ୍ଷେତ୍ରରେ ବାଦାନୁବାଦର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡାଜନିତ ରୋଗରେ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଜଳଯୋଗାଣ ଭଳି ପୁଣ୍ୟକର୍ମରତ ହୋଇପାରନ୍ତି। ଦେବାଶ୍ରୟରୁ ଧନପ୍ରାପ୍ତ ହେବେ। ବସ୍ତ୍ରାଦି ବ୍ୟବସାୟ ଲାଭଜନକ ହେବ।
Discussion about this post