ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ବର୍ତ୍ତମାନ କ୍ଷମତାରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ସହ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ଲଢ଼େଇ ହେବ। ବିଜେପି ମଧ୍ୟ ଆନ୍ଧ୍ରରେ ପ୍ରବେଶ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏସବୁ ଭିତରେ ପୁଣି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଟିଡିପି ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୧୮ରେ ଟିଡିପି କେନ୍ଦ୍ରେ କ୍ଷମତାସୀନ ଏନଡିଏରୁ ଓହରି ଯାଇଥିଲ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ଟିଡିପି ସଂସଦରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପୁଣି ଏନଡିଏରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ହେଲେ ଏହାପୂର୍ବରୁ ଦଳ ବିଜେପି ଆଗରେ ସର୍ତ୍ତ ରଖିଛି। ବିଜେପି ଯଦି ଜଗନ ମୋହନଙ୍କ ୱାଇଏସ୍ଆର କଂଗ୍ରେସ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବ, ତା’ହେଲେ ଟିଡିପି ୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……