Report Card Odisha

| Daily Odia News

୨୯ରେ ଶିକ୍ଷକ ସଂଘ ସହ ଆଲୋଚନା କରିବେ ସରକାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରାଥମିକ ଶିକ୍ଷକ ମହାସଂଘର ବିଭିନ୍ନ ଦାବି ପ୍ରତିବାଦ ପ୍ରସଙ୍ଗରେ ଆସନ୍ତା ୨୯ରେ ଶିକ୍ଷକ ସଂଘ ସହ ଆଲୋଚନା କରିବେ ସରକାର | ଏଥି ପାଇଁ ସରକାରଙ୍କ ତରଫରୁ ଶିକ୍ଷକ ସଂଘକୁ ଡାକରା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ସଚିବାଳୟରେ ଆଲୋଚନା କରାଯିବ । ଏହି ଆଲୋଚନାରେ ସଂଘର ସର୍ବାଧିକ ୩ଜଣ ପ୍ରତିନିଧି ଯୋଗଦେବାକୁ କୁହାଯାଇଛି । ବିଭିନ୍ନ ଦାବି ନେଇ ଗତ ୪ ଦିନ ଭୁବନେଶ୍ୱର ରାଜରାସ୍ତାରେ ଧାରଣା ଦେଇଥିଲେ ହଜାର ହଜାର ଶିକ୍ଷକ । ସରକାରଙ୍କ ପକ୍ଷରୁ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ଆଲୋଚନା ସଫଳ ହୋଇଥିଲା । ପରେ ପରେ ଶିକ୍ଷକ ମହାସଂଘ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆଲୋଚନା କରିବା ପରେ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲା ଶିକ୍ଷକ ସଂଘ । ହେଲେ ଆସନ୍ତା ୨୯ ତାରିଖ​‌ରେ ସରକାରଙ୍କ ସହ ଶିକ୍ଷକ ସଂଘର ଥିବା ଏହି ଆଲୋଚନା କେତେ ସଫଳ ହେଉଛି ତାହା ଦେଖିବାକୁ ରହିଲା |

Breaking News