Report Card Odisha

| Daily Odia News

ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି…..

ରିପୋର୍ଟ କାର୍ଡ / ମୁମ୍ବାଇ

ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର | ମହାମାରୀ କରୋନା ଦ୍ବିତୀୟ ଲହର ମହାରାଷ୍ଟ୍ରକୁ ଅଧିକ ପ୍ରଭାବିତ କରିଥିଲା। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ସମସ୍ତ କଟକଣାକୁ ଶକ୍ତ କରିବା ସହ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ବନ୍ଦ କରିଥିଲେ। ତେବେ କରୋନାର ସ୍ଥିତି ତଳମୁହାଁ ହେଉଥିବା ବେଳେ ମହା ସରକାର ଏବେ ରାଜ୍ୟରେ କରୋନା କଟକଣାକୁ ‌କୋହଳ କରାଯାଛି । ରାଜ୍ୟରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି ମିଳିଛି | କିନ୍ତୁ ଗାଇଡଲଇନ୍ସ ମାନି ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୁଟିଂ କରାଯାଇପାରିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସୁଟ୍ ପୁଣି ଥରେ ଆରମ୍ଭ ହୋଇପାରିବ। କିନ୍ତୁ ସୀମିତ ସମୟ ପାଇଁ ସୁଟିଂକୁ ଅନୁମତି ଦିଆଯିବ। ଆସନ୍ତା ଦୁଇମାସ ମଧ୍ୟରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ସମସ୍ତଙ୍କ ପାଇଁ ଟିକାକରଣ କରାଯିବା ଉଚିତ ବୋଲି ଉଦ୍ଧବ ଠାକରେ କହିଛନ୍ତି।

Breaking News