ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱର ୪ନମ୍ବର ମାଛ ମାର୍କେଟରେ ହଣାକଟା ହୋଇଛି । ୨ ବ୍ୟବସାୟୀ ପନିକିରେ ହଣାକଟା ହୋଇ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା ଓ ନରେନ୍ଦ୍ର ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ- ପ୍ରତିଦିନ ପରି ଆଜି ମଧ୍ୟ ମାଛ ମାର୍କେଟରେ ବେପାର ପାଇଁ ଭିଡି ଜମିଥାଏ । ହଠାତ୍ ବୁଧବାର ଦିନ ମାଛ ବ୍ୟବସାୟକୁ କେନ୍ଦ୍ର କରି ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏପିରିକି ଉଭୟ ବ୍ୟବସାୟୀ ହଣାକଟା ପର୍ଯ୍ୟନ୍ତ କଥା ଯାଇଥିଲା । ଦୁଇ ଜଣ ବ୍ୟବସାୟୀ ପନିକି ହଣାକଟା ହୋଇଥିଲେ । ଯେଉଁଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆକ୍ରମଣକାରୀ ମାଛ ବେପାରୀ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..