ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ମିଳିଛି। ଏହି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ମୁମ୍ବାଇ ସମେତ ଅନ୍ୟ ବଡ଼ ସହରରେ ସୁରକ୍ଷା ନେଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ସହର ଉପରେ ହମଲା ନେଇ ନ୍ୟାଶନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି କୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଇ-ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନ ସହ ସମ୍ପୃକ୍ତ ଥିବା କହିଛି। ନଗର ପୋଲିସ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ୱାର୍ଡ଼କୁ କୁ ସତର୍କ କରାଯାଇଛି। ମୁମ୍ବାଇ ପୋଲିସ କମିଶନର କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍ଏମ୍ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି |






More Stories
ଖର୍ଗ ଦ୍ଵୀପ ଉପରେ ଆମେରିକାର ଆକ୍ରମଣ….
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..