Report Card Odisha

| Daily Odia News

ହମଲା ପାଇଁ ଯୋଜନା କରୁଥିଲେ ଆତଙ୍କବାଦୀ,ଧ୍ବଂସ ହେଲା ଆଡ୍ଡା…..

ରିପୋର୍ଟକାର୍ଡ / ନୂଆଦିଲ୍ଲୀ

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆଉ ଏକ ଆକ୍ରମଣର ଯୋଜନା । ବଡ ହମଲା ପାଇଁ ଯୋଜନା କରୁଥିଲେ ଆତଙ୍କୀ । ତେବେ ପୋଲିସ ଏବଂ ଯବାନଙ୍କ ମିଳିତ ଅପରେସନରେ ଖୋଜି ଖୋଜି ଆତଙ୍କୀ ଆଡ୍ଡା ଉପରେ ହମଲା କରାଯାଇଛି । ଆଉ ଆତଙ୍କୀ ଆଡ୍ଡା ଧ୍ବଂସ କରି ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଜାମ୍ମୁକାଶ୍ମୀର ପୁଞ୍ଚ ଜିଲ୍ଲାର ସୁରନକୋଟ ଜଙ୍ଗଲରେ ଏହି ଆତଙ୍କୀ ଆଡ୍ଡା ଠାବ କରାଯାଇଥିବା ବେଳେ ସେଠାରୁ ୫ଟି ଆଇଇଡି, ୫ ଲିଟରିଆ ଗ୍ୟାସ୍ ସିଲିଣ୍ଡର, ବିଭିନ୍ନ ପ୍ରକାରର ରେଡିଓ ସେଟ୍, ତାର, ବାଇନାକୁଲାର, କମ୍ବଳ ଆଦି ଜବତ କରାଯାଇଛି । ତେବେ ଆତଙ୍କବାଦୀମାନେ କିଛି ଗୋଟେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିଲେ ବୋଲି ଅନୁମାନ କରିହେଉଛି । ଯାହାକୁ ପଣ୍ଡ କରିଛନ୍ତି ପୋଲିସ ଓ ସେନା । ତେବେ ସେପଟେ ଜାମ୍ମୁକାଶ୍ମୀ ଜେଲରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା କରାଯାଇଛି । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ସେଣ୍ଟ୍ରାଲ ଜେଲ ଏବଂ କୋଟ୍ ବଲୱାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଦୁଇଟି ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ପରେ ଜାମ୍ମୁ ଜେଲରେ ସୁରକ୍ଷାକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆଉ ତାପରେ ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିଆଇଏସଏଫର ଟପ୍ ଅଫିସର ସମୀକ୍ଷା କରିଛନ୍ତି । ଜେଲରେ ହାଇପ୍ରୋଫାଇଲ୍ ଆତଙ୍କବାଦୀ ଏବଂ ସ୍ଲିପର ସେଲ ସଦସ୍ୟ ଅଛନ୍ତି ତେଣୁ ଜେଲରକୁ ଟାର୍ଗଟ୍ କରିପାରନ୍ତି ଆତଙ୍କୀ ।

Breaking News