ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏହି ବୈଠକ ଉଭୟ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବା ସହ ବୈଠକରେ ପକ୍ଷ ରଖିବେ ଭାରତ ଓ ପାକିସ୍ତାନ । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସାବାଡ କରିବାକୁ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ଏହି ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ପାଇଁ ଅନୁରୋଧ କରିବା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମେ ୫ରେ ବୈଠକ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ଏକ ରୁଦ୍ଧ ପରାମର୍ଶ ବୈଠକ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଉପରେ ‘ନିରପେକ୍ଷ ପରାମର୍ଶ ଅନୁରୋଧ କରିଛି ଇସଲାମାବାଦ । ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ ଭାବେ ଚୀନ୍, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା ଦେଶ ରହିଥିବା ବେଳେ ଅସ୍ଥାୟୀ ଭାବେ ଆଲଜେରିଆ, ଡେନମାର୍କ, ଗ୍ରୀସ୍, ଗିଆନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ ରହିଛନ୍ତି ।






More Stories
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..