ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ୪ ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡ଼ୁ, କିଶୋର କୁମାର କର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ୩ ବରିଷ୍ଠ ଅଧିକାରୀ ଆଗୁଆ ଜାମିନ ଆବେଦନ କରିଛନ୍ତି । SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରୁ କେତେକ ଏହି ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି। ପୂର୍ବରୁ ପ୍ରକାଶନୀ ସଂସ୍ଥାର ଅନୁପମ ଘୋଷ ଓ ଅସୀମ କୁମାର ଘୋଷ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଯାହା ବିଚାରାଧୀନ ରହିଛି । ଗତ ସପ୍ତାହରେ ଏହି ଘଟଣାରେ SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..