Report Card Odisha

| Daily Odia News

ପିଲା ଜନ୍ମକରି ବାଥରୁମରେ ଫିଙ୍ଗିଦେଲେ ମହିଳା……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁନିଆରେ ମାଆର ବିକଳ୍ପ ନାହିଁ । ମାତ୍ର ମାଆର ସ୍ଥାନ କେହି ନେଇପାରିବେ ନାହିଁ । ସେଥିପାଇଁ ତ ମାଆ ଯୁଗେ ଯୁଗେ ପୂଜନୀୟା । କଳିଯୁଗରେ ଜନ୍ମକଲା ମାଆ ନିଜ ଛୁଆକୁ ରାସ୍ତାକଡ଼ାକୁ ମଧ୍ୟ ଫୋପାଡ଼ିବାକୁ ପଛାଉ ନାହିଁ ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆଜି ପୁରୀ ଜିଲ୍ଲାରୁ । ଜଣେ ମହିଳା ପୁରୀ ଜିଲ୍ଲା ମୁଖ୍ୟ ମେଡିକାଲରେ ଏକ ନବଜାତ କନ୍ୟାକୁ ଜନ୍ମକରି ଛାଡ଼ି ଚାଲିଯାଇଛନ୍ତି । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୪ର୍ଥ ମହଲାର ବାଥରୁମରେ ଛୁଆକୁ ଛାଡ଼ି ମାଆ ପଳାଇ ଯାଇଥିଲେ । ତେବେ ପରେ ଗୁରୁତର ନବଜାତକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଥିବା ବେଳେ ମହିଳାଙ୍କ ବିଷୟରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ତଥ୍ୟ ମିଳିପାରି ନାହିଁ |

Breaking News