ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁନିଆରେ ମାଆର ବିକଳ୍ପ ନାହିଁ । ମାତ୍ର ମାଆର ସ୍ଥାନ କେହି ନେଇପାରିବେ ନାହିଁ । ସେଥିପାଇଁ ତ ମାଆ ଯୁଗେ ଯୁଗେ ପୂଜନୀୟା । କଳିଯୁଗରେ ଜନ୍ମକଲା ମାଆ ନିଜ ଛୁଆକୁ ରାସ୍ତାକଡ଼ାକୁ ମଧ୍ୟ ଫୋପାଡ଼ିବାକୁ ପଛାଉ ନାହିଁ ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆଜି ପୁରୀ ଜିଲ୍ଲାରୁ । ଜଣେ ମହିଳା ପୁରୀ ଜିଲ୍ଲା ମୁଖ୍ୟ ମେଡିକାଲରେ ଏକ ନବଜାତ କନ୍ୟାକୁ ଜନ୍ମକରି ଛାଡ଼ି ଚାଲିଯାଇଛନ୍ତି । ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୪ର୍ଥ ମହଲାର ବାଥରୁମରେ ଛୁଆକୁ ଛାଡ଼ି ମାଆ ପଳାଇ ଯାଇଥିଲେ । ତେବେ ପରେ ଗୁରୁତର ନବଜାତକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ତେବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଥିବା ବେଳେ ମହିଳାଙ୍କ ବିଷୟରେ ମେଡିକାଲ କର୍ତ୍ତୃପକ୍ଷ କୌଣସି ତଥ୍ୟ ମିଳିପାରି ନାହିଁ |






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..