Report Card Odisha

| Daily Odia News

ଖୁବ୍‍ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଭତ୍ତା ପାଇଁ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ୁଛନ୍ତି। କାହିଁକି ଆମକୁ ଭତ୍ତା ଦେଉନ ବୋଲି ସରପଞ୍ଚମାନଙ୍କୁ ଅଭିଯୋଗ କରୁଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେତେବେଳେ ୭ ଦିନ ଭିତରେ ଭତ୍ତା ମିଳିବ ବୋଲି କହୁଛନ୍ତି ତ ଆଉ କେତେବେଳେ ଖୁବ୍‍ଶୀଘ୍ର ଭତ୍ତା ଟଙ୍କା ମିଳିବ ବୋଲି ଗଣମାଧ୍ୟମରେ ବୟାନ ଦେଉଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ମିଳିପାରି ନାହିଁ।ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଏ ସରକାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଏବଂ ବିଧବାଙ୍କୁ ଠକୁଛନ୍ତି। ବୈଷୟିକ ତ୍ରୁଟି ଆଳରେ ସେମାନଙ୍କ ୩ ମାସର ଭତ୍ତା ବନ୍ଦ କଲେଣି। ବାସ୍ତବରେ ବୈଷୟିକ ତ୍ରୁଟି ନା ଏହି ଟଙ୍କାକୁ ଆଉ କେଉଁ ବାଟରେ ଖର୍ଚ୍ଚ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ହିତାଧିକାରୀଙ୍କୁ ସରକାର ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରନ୍ତୁ। ନ ହେଲେ ଲୋକେ ବିଜେପି ନେତାଙ୍କୁ ଗାଁରେ ପ୍ରବେଶ କରାଇ ଦେବେ ନାହିଁ। ଅପରପକ୍ଷେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଖୁବଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଯିବ। ସଫ୍ଟୱେରରେ କିଛି ତ୍ରୁଟି ରହିଛି ଏବଂ ତାକୁ ସଂଶୋଧନ କରାଯାଉଛି। ଏଥିପାଇଁ ହିତାଧିକାରୀଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।

Breaking News