ରିପୋର୍ଟ କାର୍ଡ / ଭୁବନେଶ୍ୱର
ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଛନ୍ତି ହତ୍ୟାକାରୀ । ରାଜ୍ୟର ୫ ପ୍ରମୁଖ ସହରରେ ଛଅ ଛଅଟି ହତ୍ୟାକାଣ୍ଡ ରଙ୍ଗର ପର୍ବକୁ ରକ୍ତରଞ୍ଜିତ କରିବା ଖବର ସାମ୍ନାକୁ ଆସିଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସମ୍ବଲପୁର, ବ୍ରହ୍ମପୁର, କଟକ ଏବଂ ଅନୁଗୁଳରେ ଘଟିଛି ହତ୍ୟାକାଣ୍ଡ। ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିରେ ସାମାନ୍ୟ କଥା କଟାକଟିରୁ ସ୍ତ୍ରୀଙ୍କ ସମ୍ମୁଖରେ ସ୍ବାମୀଙ୍କୁ ଛୁରି ଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ସେହିପରି ହୋଲିରେ ରକ୍ତ ରଞ୍ଜିତ ହୋଇଛି ସମ୍ବଲପୁର ସହର। ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀରେ ସାମାନ୍ୟ କଥାରେ ବଚସା ଘଟି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାହୁଲ ସିଂହ ନାମକ ଜଣେ ଯୁବକ ସାହୁ କଲୋନୀର ଆଦିତ୍ୟ ସାଲେମା(୧୮)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାହୁଲଙ୍କୁ ଗିରଫ କରି ତନାଘନା ଆରମ୍ଭ କରିଛି।





More Stories
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି…..
ଛାତ୍ର ସଂସଦ ନିର୍ବାଚନ:ଖର୍ଚ୍ଚରେ ଲାଗିଲା କଟକଣା…..