ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଏପରି କି ପୂର୍ବ ବର୍ଷଗୁଡ଼ିକରେ ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ ନ ଥିବାବେଳେ ଶୁକ୍ରବାର ଏନେଇ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ ପତ୍ର ଲେଖି ଫାଇଲ କାର୍ଯ୍ୟ କରିବାକୁ କହିଛନ୍ତି। ଏଥିରୁ ଚଳିତବର୍ଷ ନୂଆଁଖାଇ ପରଦିନକୁ ସରକାର ଛୁଟି ଘୋଷଣା କରିପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।






More Stories
ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀ ନଆସିବାକୁ ଅପିଲ୍…..
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..