ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟପାଳ ରଘୁବର ଦାସଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀ ଓ ଅନ୍ୟ ୨ଜଣଙ୍କୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ରାଜଭବନ ପ୍ରାୟ ୧୨ଦିନ ଅପେକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିଯୁକ୍ତି ନେଇ ସହମତି ଦେଇଥିଲେ । ବୁଧବାର ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଜାରି ହୋଇଛି । ରାଜଭବନ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟପାଳଙ୍କ ମୁଖ୍ୟ ଉପଦେଷ୍ଟା(ଆଦିବାସୀ ଓ ସାଧାରଣ ବିଷୟ) ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀଙ୍କୁ ମାସିକ ୭୫ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ମିଳିଛି । ସେହିପରି ରାଜ୍ୟପାଳଙ୍କ ଉପଦେଷ୍ଟା(ଏକାଡେମିକ୍ ସଂକ୍ରାନ୍ତ) ଭାବେ ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ମାସିକ ୫୦ହଜାର ଟଙ୍କା ପାରଶ୍ରମିକରେ ଏବଂ ରାଜ୍ୟପାଳଙ୍କ ଉପଦେଷ୍ଟା (ମିଡିଆ ଓ ଆଇଟି) ଭାବେ ସୁବ୍ରତ କୁମାର ମହାନ୍ତି ମାସିକ ୫୦ହଜାର ଟଙ୍କା ପାରିଶ୍ରମିକରେ ନିଯୁକ୍ତି ପାଇଛନ୍ତି । ଏହି ୩ଜଣ ଉପଦେଷ୍ଟାଙ୍କ ନିଯୁକ୍ତିବାବଦ ଖର୍ଚ୍ଚ ରାଜ୍ୟ ସରକାରଙ୍କ ମିସେଲିନିୟସ ଏକ୍ସପେଣ୍ଡିଚରରୁ ହେବ ।





More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..