ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଏକ ଘଟଣା ସାମ୍ନାକୁ ଆସିଛି । ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା କରାଯାଇଛି। ପୁନମା ଗେଟ୍ ନିକଟ ରେଳ ଧାରଣାରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡିଥିଲ | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ନାଁ ସ୍ୱରାଜ ବେହେରା । ତାଙ୍କ ପିଠି ଓ ଦେହରେ ଗଭୀର କ୍ଷତଚିହ୍ନ ରହିଛି । ପରିବାର ହତ୍ୟା ଅଭିଯୋଗ ଆଣିବା ସହ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……