Report Card Odisha

| Daily Odia News

ଶେଷ ହେଉଛି ପେଟ୍ରୋଲ!….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି । ଓଡ଼ିଶାର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ତୈଳ ଅଭାବ ଦେଖିବାକୁ ମିଳିଲାଣି । ଏଥିପାଇଁ ରାଜ୍ୟବାସୀ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ କହିଛନ୍ତି, ଅଧିକ ରୁ ଅଧିକ ଇଭି ଗାଡ଼ି ବ୍ୟବହାର କରନ୍ତୁ । ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ । ନିଜେ ମଧ୍ୟ ଆବଶ୍ୟକ ପଡିବେ ବସ୍‌ରେ ଯାତ୍ରା କରିବେ ବୋଲି କହିଲେ ମନ୍ତ୍ରୀ । କେବଳ ସେତିକି ନୁହେଁ ଇଭି ଗାଡ଼ି କିଣିବା ପରେ ମିଳୁଥିବା ସବ୍‌ସିଡିର ସମୟସୀମା ୨୦୨୮ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦେଖାଦେଲାଣି ପେଟ୍ରୋଲ ଡିଜେଲ ସଂକଟ । ତେଲ ନଥିବାରୁ କିଛି କିଛି ସ୍ଥାନରେ ବନ୍ଦ ହୋଇଗଲାଣି ପେଟ୍ରୋଲ ପମ୍ପ । ଏକାଧିକ ପେଟ୍ରୋଲ ପମ୍ପରେ ବାଇକ୍ ପିଛା ୨୦୦ଟଙ୍କା ଓ କାର ପିଛା ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ୍ ଦେବାକୁ ହୋଇଛି କଟକଣା । ଏହାରି ଭିତରେ ଇଭି ଗାଡ଼ି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ।

Breaking News