ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାଇସ ଆଡମିରାଲ କୃଷ୍ଣ ସ୍ବାମୀନାଥନଙ୍କୁ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ବାମୀନାଥନ ବର୍ତ୍ତମାନ ପଶ୍ଚିମ ନୌସେନା କମାଣ୍ଡ ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଚଳିତମାସ ୩୧ର ଆଡମିରାଲ ଦିନେଶ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସ୍ବାମୀନାଥନ ନୂତନ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡିଛି। ଏନଡିଏରୁ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେବା ପରେ ସ୍ବାମୀନାଥନ ୧୯୮୭ ଜୁଲାଇ ୧ରେ ନୌସେନାରେ କମିସନଡ୍ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ୩୮ ବର୍ଷର କ୍ୟାରିୟରରେ ସେ ଆଇଏନଏସ ବିଦ୍ୟୁତ୍, ଆଇଏନଏସ ବିନାଶ, ଆଇଏନଏସ କୁଲିସ ଓ ଆଇଏନଏସ ମହୀଶୂର ଭଳି ମିସାଇଲ ଡେଷ୍ଟ୍ରୟର ଯୁଦ୍ଧଜାହାଜ ସମେତ ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ କମାଣ୍ଡର ଦାୟିତ୍ବ ତୁଲାଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ‘ଅତି ବିଶିଷ୍ଟ ସେବା ପଦକ’ ଓ ‘ବିଶିଷ୍ଟ ସେବା ପଦକ’ ମିଳିସାରିଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..