ରିପୋର୍ଟ କାର୍ଡ / ଗଞ୍ଜାମ
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି। କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର ସମାଜ ର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବା ସମ୍ଭାବନା ରହିଛି। ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଶବର ସମାଜ କର୍ମକର୍ତ୍ତା ସାମିଲ ହେବେ। ତପ୍ତପାଣି ଗଞ୍ଜାମ ଓ ଗଜପତି ଜିଲ୍ଲା ର ସୀମା ରେ ରହିଥିବା ରୁ ଏଠାରେ କାର୍ଯକ୍ରମ ଆୟୋଜିତ ହେଉଥିବା କୁହାଯାଉଛି। ତେବେ ଏ ସଂକ୍ରାନ୍ତ ରେ କୌଣସି ନିର୍ଦିଷ୍ଟ ସୂଚନା ଓ ତାରିଖ କିମ୍ବା କାର୍ଯକ୍ରମ ଚୂଡ଼ାନ୍ତ ହୋଇନଥିବା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ କହିଛନ୍ତି।






More Stories
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ରଥଯାତ୍ରାକୁ ଛୋଟଛୁଆ ବୃଦ୍ଧ ଓ ରୋଗୀ ନଆସିବାକୁ ଅପିଲ୍…..
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..