ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଯୋଗୁ ଆଫଗାନିସ୍ତାନର ପତନ ହୋଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଏମାନେ ‘ଭୂତ ସୈନିକ ଓ ପୋଲିସ’ଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଦରମା ଚଳୁ କରିବା ସହ ତାଲିବାନଙ୍କଠାରୁ ପାଉଣା ନେଉଥିଲେ। ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ସରକାରୀ ନଥିପତ୍ରରେ ଉଲ୍ଲେଖ ଥିବା ୩,୦୦,୦୦୦ ସୈନିକ ଓ ପୁଲିସଙ୍କ ମଧ୍ୟରୁ ଅଧିକାଂଶ ବାସ୍ତବରେ ନ ଥିଲେ। ଅଧିକାଂଶ ଭୂତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା, ଯାହାଫଳରେ ସେମାନଙ୍କ ମାସିକ ଦରମା ଟଙ୍କା ଅଫିସରମାନେ ପକେଟସ୍ଥ କରିପାରିବେ। ତାଲିବାନମାନେ କାବୁଲ ଦଖଲ କରିବା ପୂର୍ବରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଥିବା ପାୟେନ୍ଦା କହିଥିଲେ ରେକର୍ଡ ଅନୁଯାୟୀ ସୈନିକ ଓ ପୁଲିସଙ୍କ ସଂଖ୍ୟା ତାଲିବାନଙ୍କଠାରୁ ବହୁତ ଅଧିକ, କିନ୍ତୁ ତାହା ସମ୍ପୂର୍ଣ୍ଣ ମିଛ ଥିଲା। ପ୍ରତ୍ୟେକ ପ୍ରଦେଶର ମୁଖ୍ୟଙ୍କୁ ପଚରାଯାଉଥିଲା- ତୁମର କେତେ ଲୋକ ଅଛନ୍ତି? ସେ ଯେତିକି କହୁଥିଲେ ସେହି ଅନୁଯାୟୀ ଦରମା ଓ ପଡ଼ି ଦିଆଯାଉଥିଲା। କିନ୍ତୁ ସମସ୍ତେ ବଢ଼େଇଚଢ଼େଇ କହୁଥିଲେ, ଯାହା କେବେ ବି ତଦନ୍ତ କରାଯାଉ ନ ଥିଲା। ସେମାନେ ପ୍ରାୟ ୬ ଗୁଣ ପର୍ଯ୍ୟନ୍ତ ବଢ଼େଇ କହୁଥିଲେ। ଯେଉଁମାନେ ଚାକିରି ଛାଡ଼ୁଥିଲେ, ଛଟେଇ ହେଉଥିଲେ ବା ଶହୀଦ ହୋଇଯାଉଥିଲେ ସେମାନଙ୍କ ନାଁ ଖାତାରୁ କଟାଯାଉ ନ ଥିଲା। କାରଣ କମାଣ୍ଡରମାନଙ୍କ ପାଖରେ ତାଙ୍କ ବ୍ୟାଙ୍କ କାର୍ଡ ରହୁଥିଲା, ଯେଉଁମାନେ ଦରମା ଟଙ୍କା ଉଠାଉଥିଲେ। ୨୦୧୬ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମେରିକା ବା ତାଙ୍କ ଆଫଗାନ ସହଯୋଗୀ କେହି ବି ଜାଣି ନ ଥିଲେ ପ୍ରକୃତରେ ଆଫଗାନିସ୍ତାନରେ କେତେ ପୁଲିସ ଓ ସୈନିକ ଅଛନ୍ତି। ପାୟେନ୍ଦା କହିଛନ୍ତି ଯେ, ଯେତିକି ସୈନିକ ପ୍ରକୃତରେ ଥିଲେ ସେମାନଙ୍କୁ ବି ଠିକ୍ ସମୟରେ ଦରମା ଦିଆଯାଉ ନ ଥିଲା। ଅଥଚ ଜେନେରାଲମାନେ ଦୁଇ ଆଡ଼ୁ ପାଉଥିଲେ। ସେମାନେ ନିଜ ଦରମା ସହ ଭୂତ କମର୍ଚାରୀଙ୍କ ଦରମା ନେଉଥିଲେ ଏବଂ ଯୁଦ୍ଧ ନ କରି ଆତ୍ମସମର୍ପଣ କରିବା ପାଇଁ ତାଲିବାନଙ୍କଠାରୁ ମଧ୍ୟ ମୋଟା ଅଙ୍କର ପାଉଣା ପାଉଥିଲେ।
More Stories
ସେନା ପୋଷ୍ଟ ଉପରେ ଆକ୍ରମଣ…..
ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ….
ଚାଷୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଉପରାଷ୍ଟ୍ରପତି ଙ୍କ ଚେତାବନୀ…..