Report Card Odisha

| Daily Odia News

ବସାଦହି ଗୋଲମରିଚ ଦେଇ ବନାନ୍ତୁ ମାଂସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମଟନ୍‌ ବା ଖାସି ମାଂସ ଖାଇବା ପାଇଁ ସମସ୍ତଙ୍କର ପସନ୍ଦ। ଏହାକୁ ଘରେ ଆପଣମାନେ ତରକାରୀ କିମ୍ବା କସା କରି ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ଖାସି ମାଂସକୁ ନେଇ ଏକ ନୂଆ ଆଇଟମ୍‌ କହିବୁ, ଯାହାର ନାଁ ହେଲା ବସାଦହି ଗୋଲମରିଚ ମାଂସ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ-

ସାମଗ୍ରୀ- ୧ କେଜି ଖାସି ମାଂସ,୧୦ରୁ ୧୫ଟି ଗୋଳ ମରିଚ, ୪ଟି କଟା ପିଆଜ,୨ ଚାମଚ ଅଦା ରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ୩ରୁ ୪ଟି ଶୁଖିଲା ଲଙ୍କା, ତେଲ ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲୁଣ, ବସାଦହି, ଅଦା ରସୁଣ ବଟା, ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ମ୍ୟାରିନେଟ କରି ରଖନ୍ତୁ। ଅଧ ଘଣ୍ଟା ପରେ କଢ଼େଇରେ ମ୍ୟାରିନେଟ୍‌ ମାଂସ, କଟା ପିଆଜ, ଅଦାରସୁଣ ବଟା, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ, ଶୁଖିଲା ଲଙ୍କା, ବସାଦହି ଓ ତେଲ ପକାଇ ଘୋଡଣି ଘୋଡାଇ ଚୁଲି ଲଗାନ୍ତୁ । କିଛି ସମୟ ପରେ ଘୋଡଣି ବାହାର କରି ମାଂସରେ ଅଳ୍ପ ପାଣି ଦେଇ ୪୦ରୁ ୪୫ ମିନିଟ୍‌ ଯାଏଁ ସିଝିବାକୁ ଦିଅନ୍ତୁ। ମଝିରେ ମଝିରେ ମାଂସକୁ ଗୋଳାଉଥା’ନ୍ତୁ। ଏହାପରେ ପ୍ରସ୍ତୁତ ହୋଇଥିବା ବସାଦହି ଗୋଲମରିଚ ମାଂସକୁ ପ୍ଲେଟକୁ କାଢ଼ି ପରସନ୍ତୁ।

Breaking News