Report Card Odisha

| Daily Odia News

ଘରର ସୁଖଶାନ୍ତି ବଜାୟୀ ରଖିବା ପାଇଁ କରନ୍ତୁ ଏହି ଉପାୟ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଘରର ସୁଖଶାନ୍ତି ବଜାୟୀ ରଖିବା ପାଇଁ ଅନେକ କିଛି କରିବାକୁ ପଡିଥାଏ | ଆମେ ବାସ୍ତୁଶାସ୍ତ୍ରରେ ଅନେକ ପ୍ରକାର ନିୟମ ମଧ୍ୟ ରହିଛି । ଘରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ବାସ୍ତୁଶାସ୍ତ୍ରର ନିୟମ କିଛି ମାନିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଦୁରେଇ ପାରିବା। ଶୋଇବା ଘରେ ଫୁଲ ଓ ଛୋଟ ପିଲାଙ୍କ ଫଟୋ ଲଗାଇବା ଉଚିତ। ଆସନ୍ତୁ ଜାଣିବା ଶୋଇବା ଘରେ କେଉଁ ନିୟମ ମାନିବା ଉଚିତ। ବିବାହିତ ବ୍ୟକ୍ତି ଖୁସିରେ ରହିବା ପାଇଁ ଶୋଇବା ଘରେ ଯୋଡା ପକ୍ଷୀଙ୍କର ଫଟୋ ଲଗାନ୍ତୁ। ଏହା ସହ ରାଧାକୃଷ୍ଣଙ୍କର ଫଟୋ ମଧ୍ୟ ଲଗାଇ ପାରିବେ। ଶୋଇବା ଘରେ କେବେ ବି ହନୁମାନଙ୍କ ଫଟୋ ଲଗାନ୍ତୁ ନାହିଁ। ନକାରାତ୍ମକ ଦର୍ଶାଉ ଥିବା ଫଟୋ ଲଗାନ୍ତୁ ନାହିଁ। ବିବାହିତ ବ୍ୟକ୍ତିଙ୍କ ଶୋଇବା ଘରର ଝରକା ପାଖରେ ଖଟ ରଖନ୍ତୁ ନାହିଁ। ଏମିତି ଶୋଇବା ଦ୍ୱାରା ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ। ନକାରାତ୍ମକ ଶକ୍ତି ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ବିବାହିତ ବ୍ୟକ୍ତିଙ୍କ ଶୋଇବା ଶେଯ ସର୍ବଦା ସଫା ରହିବା ଉଚିତ। ଶେଯ ଖରାପ ହେବା ମାତ୍ରେ ସଜାଡି ଦିଅନ୍ତୁ। ଶେଯରେ ହାଲକା ରଙ୍ଗର ବେଡସିଟ ବ୍ୟବହାର କରନ୍ତୁ। ବେଡସିଟ ଟିକେ ଚିରିବା ମାତ୍ରେ ତାକୁ ବଦଳାଇ ଦିଅନ୍ତୁ। ଖଟ ତଳେ କୌଣସି ଜିନିଷ ରଖନ୍ତୁ ନାହିଁ। ଖଟର ତଳ ସର୍ବଦା ଖାଲି ରଖନ୍ତୁ କାରଣ ଏହାଦ୍ୱାରା ସକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ନକାରାତ୍ମକ ଶକ୍ତିର ପ୍ରବେଶକୁ ବାଧା ଦେଇଥାଏ।

Breaking News